ଶନିବାର ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି: ହୋଲି ପରେ ହଟିବ ରବିବାର ଦର୍ଶନ କଟକଣା!

ପୁରୀ: ହୋଲି ପରେ ଶ୍ରୀମନ୍ଦିରରୁ ହଟିପାରେ ରବିବାର ଦର୍ଶନ ବନ୍ଦ କଟଣା। ରାତ୍ରକାଳୀନ ଦର୍ଶନ କଟକଣା। ଆଜି ନୀତିଶୃ୍ଙ୍ଖଳା ଉପରେ ସେବାୟତଙ୍କ ସହ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଆଲୋଚନାବେଳେ ଏହି ସୂଚନା ମିଳିଛି। ଆସନ୍ତା ଶନିବାର ଛତିଶାନିଯୋଗ ବୈଠକରେ ଏ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।
ଆଜି ରାତିରେ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପରିଚାଳନା କମିଟି, ବରିଷ୍ଠ ସେବାୟତଙ୍କ ଭିତରେ ନୀତି ଶୃଙ୍ଖଳା ଉପରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଲଗାତର କିଛିଦିନ ଧରି ମହାପ୍ରଭୁଙ୍କ ଦ୍ବାରଫିଟାଠାରୁ ଆରମ୍ଭ କରି ଅନ୍ୟାନ୍ୟ ନୀତିକାନ୍ତି ବିଳମ୍ବ ହେଉଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଅନ୍ୟପଟେ ଫେବ୍ରୁଆରି ମାସ କଟକଣା ୧୦ ତାରିଖରେ ସରୁଥିବାରୁ ଆସନ୍ତା ଶନିବାର ଅପରାହ୍ଣରେ ଛତିଶାନିଯୋଗ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ଆଗାମୀ ଦର୍ଶନ କଟକଣା ଉପରେ ବିଧିବଦ୍ଧ ନିଷ୍ପତ୍ତି ନିଆଯିବ। ରାତି ୯ଟା ପରେ ଦର୍ଶନ ବନ୍ଦ ବ୍ୟବସ୍ଥା ବି ହଟାଇ ଦିଆଯିବ। ଫଳରେ ଭକ୍ତମାନେ ପୂର୍ବଭଳି ମହାପ୍ରଭୁଙ୍କ ବଡ଼ସିଂହାର ବେଶ ବି ଦର୍ଶନ କରିବାର ସୁଯୋଗ ପାଇପାରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର