ଜୟପୁର ନିଯୁକ୍ତି ମେଳାରେ ୮୮୫ ପଂଜୀକରଣ: ୪୮୭ ପ୍ରାର୍ଥୀ ସଂକ୍ଷିପ୍ତ ତାଲିକାଭୁକ୍ତ

ଜୟପୁର: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲାପ୍ରଶାସନର ମିଳିତ ଅନୁକୂଲ୍ୟରେ ଦଶହରାପଡ଼ିଆରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶୁଭେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇ ମେଳାକୁ ଉଦଘାଟନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ଏସଡିସି ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀ, ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଗୋପାଳପୁର ଆର୍ମି ରିକ୍ୟୁଟମେଣ୍ଟ କାର୍ଯ୍ୟାଳୟର ସୁବେଦାର ମେଜର ସଂଜୀବ କୁମାର ଦୀକ୍ଷିତ , ସହକାରୀ ଜିଲ୍ଲାପାଳ ରାଜ କିଶୋର ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଅଗ୍ନିବୀରର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଗୋପାଳପୁର କାର୍ଯ୍ୟାଳୟରେ ଯୋଗଦେବାକୁ ସୁବେଦାର ମେଜର ଆହ୍ବାନ ଦେଇଥିଲେ। ଏହି ମେଳାରେ ମୋଟ ୮୮୫ଜଣ ପ୍ରାର୍ଥୀ ନାମ ପଂଜୀକରଣ କରିଥିବା ବେଳେ  ୪୮୭(୩୧୮ଜଣ ପୁରୁଷ ଓ ୧୬୯ଜଣ ମହିଳା) ପ୍ରାର୍ଥୀ ସଂକ୍ଷିପ୍ତ ତାଲିକାଭୁକ୍ତ ହୋଇଥିବା ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଦକ୍ଷତା ବିକାଶ ତାଲିମ ପାଇଁ ୧୨୦ (୫୧ପୁରୁଷ ଓ ୬୯ମହିଳା ) ପ୍ରାର୍ଥୀ ତାଲିକାଭୁକ୍ତ ହୋଇଥିବା କହିଛନ୍ତି  ଶ୍ରୀ ମିଶ୍ର ।

ସମ୍ବନ୍ଧିତ ଖବର