ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ଜାଗର ମହାଦୀପ

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୮ ତାରିଖ ଦିନ ପବିତ୍ର ମହାଶିବରାତ୍ରୀ ଅନୁଷ୍ଠିତ ହେବ। ସେହିଦିନ ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ। ଜାଗର ଦିନ ରାତି ୧୦ଟାରୁ ସାଢେ ୧୦ଟା ଭିତରେ ମହାଦୀପ ଉଠିବା ନେଇ ନିଷ୍ପତ୍ତି ହେଇଛି। ତେବେ ଚଳିତବର୍ଷ  ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀ ପାଇଁ ପ୍ରଥମ ବୈଠକ ହୋଇଛି। ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ପୂଜା ରୀତିନୀତି ଅନୁସାରେ ହେବ। ରାତି ୧୦ଟାରୁ ସାଢେ ୧୦ଟା ଭିତରେ ମହାଦୀପ ଉଠିବ।  ମନ୍ଦିର ପ୍ରଶାସନ ସହ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ସମର୍ଥା, ପାଲିଙ୍କିଆ ନିଯୋଗ ବୈଠକରେ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା।

ସମ୍ବନ୍ଧିତ ଖବର