ପ୍ରଧାନମନ୍ତ୍ରୀଙ୍କ ୧୦୦ତମ ମନ କି ବାତ କାର୍ଯ୍ୟକ୍ରମ: ପୁରୁଣା ବିଜେପି କର୍ମୀ ଚଳଚଂଚଳ

ଜୟପୁର: ସ୍ଥାନୀୟ ଅଗ୍ରସେନ ଭବନ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୦ତମ ‘‘ମନ କି ବାତ’’ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ମନ କି ବାତ କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଓକିଲ ସଂଘ ସଭାପତି ବିରେଶ ପଟ୍ଟନାୟକ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ଅମଳରେ ହିଁ ଦେଶର ସର୍ବାଙ୍ଗୀନ ବିକାଶ ହେବା ସହ ବିଶ୍ବସ୍ତରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ  ଚାମ୍ବର ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରୀଜ୍ ର ସଭାପତି ଭି.ପ୍ରଭାକର ରାଓ, ସମାଜସେବୀ ହିମାଂଶୁ ମହାପାତ୍ର ଯୋଗ ଦେଇ ଭାରତକୁ ବିଶ୍ବରେ ପରିଚିତ କରିଥିବା ମୋଦିଙ୍କ ପରି ଆମେ ଆମ ଅଂଚଳର ବିକାଶ ପାଇଁ ନିଜର ମନକଥାକୁ ବାହାରକୁ ଆଣିବାକୁ ପଡ଼ିବ ବୋଲି କହିଥିଲେ।

ଗତ ସାଧାରଣ ନିର୍ବାଚନ ପର ଠାରୁ ବିଜେପିର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ଠାରୁ ଦୁରେଇ ରହିଥିବା ପୁରୁଣା ବିଜେପି କର୍ମକର୍ତ୍ତା ମାନେ ଚଳଚଂଚଳ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। କିଭଳି ଆଜିର କାର୍ଯ୍ୟକ୍ରମ ସଫଳ ହେବ ସେ ନେଇ ଏମାନେ ପ୍ରସ୍ତୁତି ବୈଠକ କରି ସବୁ ବର୍ଗ ଓ ବୁଦ୍ଧିଜୀବୀଙ୍କୁ ସାମିଲ କରିଥିଲେ।  କାର୍ଯ୍ୟକ୍ରମ ପରିଚାଳନାରେ ବିଜେପିର  ବୈଦ୍ୟନାଥ ମିଶ୍ର, ଲଳିତ ଅଗ୍ରୱାଲ, ଅମର ଲାଲ ଆହୁଜା,ଅକ୍ଷୟ ସାହୁ ଏବଂ ସୁଜିତ ପାଣିଙ୍କ ନେତୃତ୍ୱରେ ଦଳର ପୁରୁଣା ଯୁବ ନେତା  ସମ୍ବିତ ମହାପାତ୍ର, ଶୁଭେନ୍ଦୁ ବ୍ରହ୍ମା,  ଶେଖର ପଟ୍ଟନାୟକ, ପ୍ରଫୁଲ୍ଲ ପାଳ, ଅଯୋଧ୍ୟା ରାମ, ସ୍ୱାତି ହୋତା, ବିନୋଦିନୀ ସାନ୍ତ୍ରା ପାତ୍ର, ଏ. ଦୁର୍ଗା ପ୍ରସାଦ, ଲିଙ୍ଗରାଜ ପାତ୍ର, ପପ୍ପୁ ପାଢ଼ୀ,ସାଗର ପଟ୍ଟନାୟକ, ବିକାଶ ପାତ୍ର ଆଦି ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର