ମୋଦୀଙ୍କ ବାରିପଦା ବନାମ୍ ନବୀନଙ୍କ ପୁରୀ

୫ରେ ମହିଳା କାର୍ଡ ଖେଳିବେ ନବୀନ

ଭୁବନେଶ୍ବର: ଡିସେମ୍ବର ୨୪ ତାରିଖ େଖାର୍ଧା ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ବିେଜଡି ସରକାରକୁ କଟାକ୍ଷ କରିଥିଲେ। ୨୬ ତାରିଖରେ ଏହାର ଦୃଢ ଜବାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରେ ପରେ ତିନି ତଲାକ୍ ବିଲ୍‌ରେ ବି ସଂସଦରେ ବିେଜଡି କଠୋର ମନୋଭାବ ପ୍ରକଟ କରିଛି। ଦ୍ବିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଆସନ୍ତା ୫ ତାରିଖ ଦିନ ବାରିପଦା ଗସ୍ତରେ ଆସୁଛନ୍ତି। ଜାତୀୟ ରାଜପଥ େଲାକାର୍ପଣ ଆଦି କାର୍ଯ୍ୟକ୍ରମକୁ ନେଇ ପ୍ରଧାନମନ୍ତ୍ରୀ ଏକ ସରକାରୀ ସଭାରେ େଯାଗଦେବେ ଓ ପରେ ସେ ଦଳୀୟ ସାଧାରଣ ସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏଥର ବି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଟକ୍କର ଦେଇ ରାଜ୍ୟ ସରକାର ସେହିଦିନ ପୁରୀ ଇନ୍‌ଡୋର ହଲ୍‌ରେ ଏକ ବଡ଼ ସମାବେଶ କରୁଥିବା ସୂଚନା ମିଳିଛି। ପୁରୀ ସମାବେଶରେ ପୂର୍ବାହ୍ନରେ େଯାଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ ବାରିପଦା ଯାଇପାରନ୍ତି।

ନିର୍ବାଚନ ପୂର୍ବରୁ ଏସ୍‌ଏଚ୍‌ଜି ଗ୍ରୁପ୍‌ଙ୍କୁ ଭେଟି
ପ୍ରତି ଗ୍ରୁପ୍‌କୁ ୧୫ ହଜାର ସହାୟତା
ଗୋଟିଏ ଲେଖାଏଁ ମୋବାଇଲ ଫୋନ୍

କୌତୂହଳର କଥା େହଲା, ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ। ୬୦ ହଜାରରୁ ଅଧିକ ମହିଳାଙ୍କୁ ସରକାର ଏକାଠି କରିବେ ଓ ପୂର୍ବ େଘାଷଣା ମୁତାବକ, ସ୍ବୟଂ ସହାୟକ େଗାଷ୍ଠୀଙ୍କୁ ମୋବାଇଲ ଓ ୧୫ ହଜାର ଟଙ୍କା ଦେବେ। ମିଳିଥିବା ସୂଚନା ଅନୁସାରେ, ନୂଆ ଓ ପୁରୁଣା ମିଶି ଜିଲ୍ଲାରେ ୪୨ ହଜାର ସ୍ବୟଂ ସହାୟକ େଗାଷ୍ଠୀକୁ ଏହି ସମାବେଶକୁ ନିମନ୍ତ୍ରଣ କରାଯାଇଛି। ସେମାନଙ୍କ ଭିତରୁ ୨୭ ହଜାର ସ୍ବୟଂ ସହାୟକ େଗାଷ୍ଠୀଙ୍କୁ ୧୫ ହଜାର େଲଖାଏଁ ଦିଆଯିବ ଓ ଏହି ଅର୍ଥ ସେମାନଙ୍କ ଆକାଉଣ୍ଟକୁ ଯିବ। ସେହିଭଳି ବାକି ଏଚଏଚଜିଙ୍କୁ େମାବାଇଲ ବାବଦରେ ୩ହଜାର ଟଙ୍କା େଲଖାଏଁ ସରକାର େସମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରିବେ। ଜିଲ୍ଲାର େମାଟ ୧୧ଟି େଫଡେରେସନ ଓ ପୌରାଞ୍ଚଳରେ େଗାଟିଏ ମହିଳା େଫଡେରେସନକୁ ୨୫ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ପୁରୀ ପରେ ଏହିଭଳି ଅନ୍ୟ ଜିଲ୍ଲାମାନଙ୍କରେ ପର୍ଯ୍ୟାୟଵାରି ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହେବ।
ତେବେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କର ଏହି କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ େହାଇଗଲାଣି। ନିର୍ବାଚନ ବର୍ଷରେ ଅର୍ଥାତ୍ ନୂଆ ବର୍ଷ ଆରମ୍ଭରୁ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କର ପ୍ରତ୍ୟକ୍ଷ ଲଢ଼େଇ ଆରମ୍ଭ େହବ େବାଲି ରାଜନୈତିକ ମହଲ େଯଉଁ ପୂର୍ବାନୁମାନ କରୁଥିଲେ, ତାହା ବାସ୍ତବ ରୂପ ନେଇପାେର। ଏହି ମହଲର ଯୁକ୍ତି େହଉଛି, ବିେଜପି ଅଧିକ କଥା କହେ, କାମରେ କମ୍‌ ବିଶ୍ବାସ କରେ ବୋଲି ନବୀନ ବାରମ୍ବାର େଯଉଁ ଅଭିେଯାଗ ଆଣୁଛନ୍ତି, ତାକୁ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି। ମୁଖ୍ୟମନ୍ତ୍ରୀ ଦର୍ଶାଇବାକୁ ଚାହୁଁଛନ୍ତି େଯ ସେ ନଭେମ୍ବର ମାସରେ ମହିଳାଙ୍କୁ େଯଉଁ ପ୍ରତିଶ୍ରୁତି େଦଇଥିଲେ, ତାହା ଜାନୁଆରିରେ ହିଁ କାର୍ଯ୍ୟକାରୀ ହେବ। କେବଳ ସେତିକି ନୁେହଁ, ପୁରୀ ସମାବେଶ ଆଳରେ ନବୀନ ସମଗ୍ର ରାଜ୍ୟର ମହିଳା େଭାଟରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ େଯାଜନା କରିଛନ୍ତି।

ଏଠାରେ ପ୍ରକାଶଥାଉକି, ମେକ୍ ଇନ୍ ଓଡ଼ିଶା କନକ୍ଲେଭ କାର୍ଯ୍ୟକ୍ରମରେ ମହିଳା ଉଦ୍ୟୋଗୀଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ଡିଜିଟାଲ ଜଗତ ସହିତ େଯାଡିବା ପାଇଁ େଘାଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ଥିବା ପ୍ରତ୍ୟେକ ଏସଏଚଜିଙ୍କୁ େଗାଟିଏ େଲଖାଏଁ ମୋବାଇଲ ଦିଆଯିବ। ଏହି କ୍ରମରେ ରାଜ୍ୟର ପାଖାପାଖି ୬ଲକ୍ଷ ଏସଏଚଜି େମାବାଇଲ ପାଇବେ ଓ ଏହାକୁ ଆୟୁଧ କରି ୭୦ଲକ୍ଷ ମହିଳାଙ୍କ ନିକଟରେ ସରକାର ପହଞ୍ଚିବା ଲାଗି େଯାଜନା କରିଛନ୍ତି। ଉଜ୍ଜଳା କାର୍ଯ୍ୟକ୍ରମ ଜରିଆରେ େକନ୍ଦ୍ର ସରକାର େଯଉଁ େଲାକପ୍ରିୟତା ଦାବି କରୁଛନ୍ତି, ଏହା ତାକୁ ମଧ୍ୟ ପ୍ରଭାବିତ କରିପାରେ। ନୂଆବର୍ଷରେ ପୁରୀରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମହିଳାଙ୍କ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ପ୍ରକଟ କରିବାକୁ ଚାହୁଁଛନ୍ତି େବାଲି ବିେଜଡି ଯୁକ୍ତି ରଖିଛି। ପୂର୍ବରୁ ପଞ୍ଚାୟତ ନିର୍ବାଚନରେ ମହିଳା ସଂରକ୍ଷଣକୁ ୫୦ ପ୍ରତିଶତକୁ ବୃଦ୍ଧି କରିଥିବା ନବୀନ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗ ନେଇ ସମଗ୍ର େଦଶରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। େସହିଭଳି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ େଯାଜନାରେ ମହିଳାଙ୍କ ଚିକିତ୍ସା ଖର୍ଚକୁ ସରକାର ୭ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।

ସମ୍ବନ୍ଧିତ ଖବର