ମହିଳା ମହାବିଦ୍ୟାଳୟରେ ‘ନୂଆ-ଓ’ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଯାପିତ 

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରସ୍ଥିତ ମହିଳା ମହାବିଦ୍ୟାଳୟରେ ବିଶ୍ଵ ଓଡ଼ିଆ ଭାଷା ସମ୍ଭିଳନୀର ଆୟୋଜନ ଓ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପରିପ୍ରେକ୍ଷୀରେ ନୂଆ-ଓ ଯୋଜନା ମାଧ୍ୟମରେ ଜାନୁଆରି ୧୦ ତାରିଖରୁ ଆରମ୍ଭ ହୋଇଥିବା ସାହିତ୍ୟଭିତ୍ତିକ ଓ ଜଗନ୍ନାଥ ସଂସ୍କୃତି ଆଧାରିତ ବିଭିନ୍ନ ପ୍ରତିଯୋଗିତା ଓ ଆଲୋଚନାଚକ୍ର ଆଦି କାର୍ଯ୍ୟକ୍ରମର ଉଦଯାପନ ସମାରୋହ ଓ ପୁରସ୍କାର ବିତରଣ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି।
କଲେଜର ଅଧ୍ୟକ୍ଷ ରବିଶଙ୍କର ଶତପଥୀଙ୍କ ମାର୍ଗ ଦର୍ଶନରେ ଓ ଅଧ୍ୟାପିକା ରାଜଶ୍ରୀ ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସମାଜସେବୀ ଅତନୁ ମହାନ୍ତି, ମୁଖ୍ୟବକ୍ତା ବିଜୟ କୁମାର ରାମ, ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧୀୟ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ନୋଡାଲ ଅଫିସର ଡକ୍ଟର ରାଜେନ୍ଦ୍ର ମଣ୍ଡଳ ପ୍ରାରମ୍ଭିକ ଭାଷଣ ପ୍ରଦାନ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶ୍ୟାମ ସୁନ୍ଦର ମଣ୍ଡଳ ସଭା ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନରେ କଲେଜର ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅଧ୍ୟାପିକା ପ୍ରିୟତମା ହେମ୍ବ୍ରମ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବନ୍ଧିତ ଖବର