ଏହି ସବୁ ସ୍ୱକୀୟତା ହେତୁ ସାରା ବିଶ୍ୱରେ ନିଆରା ଓଡ଼ିଶା, ଆମ ରାଜ୍ୟ ସଂପର୍କରେ ଏ ସବୁ ସାଧାରଣ କଥା ଜାଣନ୍ତି କି?

ବିଶ୍ୱ ଦରବାରରେ ଆମ ରାଜ୍ୟ ଓଡ଼ିଶାର ବହୁ ଖ୍ୟାତି ରହିଛି। ଏହାର ଐତିହ୍ୟ ଯେତିକି ଆକର୍ଷଣୀୟ ସେତିକି ପ୍ରେରଣାଦାୟୀ। କଳାପ୍ରାଚୁର୍ଯ୍ୟର ଗନ୍ତାଘର ଓଡ଼ିଶାର ପୂରା ବିଶ୍ୱରେ ରହିଛି ସ୍ୱତନ୍ତ୍ର ପରିଚୟ। ଓଡ଼ିଶାର ପୁରୀ ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଚିଲିକା ହ୍ରଦ, ଜାତୀୟ ଉଦ୍ୟାନ ଭିତରକନିକା ଆଦି ଗୋଟିଏ ଗୋଟିଏ ଅକ୍ଷୁର୍ଣ୍ଣ ସୌନ୍ଦର୍ଯ୍ୟ। ତେବେ, ଚାଲନ୍ତୁ ଜାଣିବା ସେହି ଓଡ଼ିଶା ସଂପର୍କରେ କିଛି ଗୁଚୁତ୍ୱପୂର୍ଣ୍ଣ ତଥ୍ୟ।

: ପୂରା ଦେଶରେ ଓଡ଼ିଶା ହେଉଛି ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ୧୯୩୬ ଏପ୍ରିଲ୍‌ ପହିଲାରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ।

: ଓଡ଼ିଶାର ବରଗଡ଼ ଜିଲ୍ଳାରେ ହେଉଥିବା ପ୍ରସିଦ୍ଧ ‘ଧନୁ ଯାତ୍ରା’ ହେଉଛି ବିଶ୍ୱର ସବୁଠାରୁ ବଡ଼ ମୁକ୍ତାକାଶ ରଙ୍ଗମଞ୍ଚ।

: ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଭୁବନ ଗ୍ରାମ ହେଉଛି ପୂରା ଏସିଆ ମହାଦେଶର ସବୁଠାରୁ ବୃହତ୍‌ ଗାଁ।

: ପୁରୀ ଜଗନ୍ନାଥ ମନ୍ଦିରର ଆନନ୍ଦବଜାର ହେଉଛି ବିଶ୍ୱର ସବୁଠାରୁ ବୃହତ୍‌ ରୋଷେଇଶାଳା। ଏହା ହେଉଛି ଚାରି ଧାମ ମଧ୍ୟରୁ ଅନ୍ୟତମ।

: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପ୍ରାୟ ୬୦୦ ମନ୍ଦିର ରହିଥିବାରୁ ଏହାକୁ ମନ୍ଦିରମାଳିନୀ ସହର ବୋଲି କୁହାଯାଏ।

: ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ଥିବା ହୀରାକୁଦ ବନ୍ଧ ହେଉଛି ବିଶ୍ୱର ଚତୁର୍ଥ ବୃହତ୍‌ ନଦୀବନ୍ଧ।

ସମ୍ବନ୍ଧିତ ଖବର