ଗଛରେ ପିଟିହେଲା ଅଟୋ; ଜଣେ ମୃତ, ଅନ୍ୟ ଦୁଇ ଯାତ୍ରୀ ଗୁରୁତର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବଡଗାଁ ପୋଲ ନିକଟରେ ଏକ ଅଟୋ ଭାରସାମ୍ୟ ହରାଇ ଗଛରେ ପିଟିହେବାରୁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଯାତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ପ୍ରଥମେ ବଣାଇ ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି। ବଣାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଅଟୋକୁ ଜବତ କରି ତଦନ୍ତ ଚଳାଇଛି। ମୃତ ଯାତ୍ରୀଙ୍କ ଶବ ଜବତ କରି ବ୍ୟବଚ୍ଛେ୍‌ଦ ପାଇଁ ବଣାଇ ହସ୍ପିଟାଲକୁ ପଠାଇଛି। ଆଜି ରାତିରେ ଏକ ଅଟୋ କିଛି ଯାତ୍ରୀଙ୍କୁ ନେଇ ଯାଉଥିଲେ। ବଡଗାଁ ପୋଲ ନିକଟରେ ହଠାତ୍‌ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ବ ଗଛରେ ପିଟି ହୋଇଯାଇଥିଲେ।

ସମ୍ବନ୍ଧିତ ଖବର