ବାହାଘର ଭୋଜି ଖାଇ ଜଣେ ମୃତ, ୨୦ରୁ ଅଧିକ ଗୁରୁତର

ସୁନ୍ଦରଗଡ଼: ବାହାଘର ଭୋଜି ଖାଇ ଜଣଙ୍କର ମୃତ୍ୟୁ ହେବା ସହ ୨୦ରୁ ଅଧିକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇଥିବା ସନ୍ଦେହ ଉପୁଜିଛି। ସୁନ୍ଦରଗଡ଼ ସବଡ଼େଗା ବ୍ଲକ ଦେଓଗାଁରେ ଅଘଟଣ ଘଟିଛି। ମୃତକ ହେଲେ ଦୀପକ ମିଞ୍ଜ।

ସୂଚନା ଅନୁଯାୟୀ, ଗତ ମାସ ୨୭ ତାରିଖରେ ଗାଁର ବିନିତ ତିର୍କୀଙ୍କ ବିବାହ ଉତ୍ସବ ଥିଲା। ଏଥିରେ ସମସ୍ତେ ମାଂସ ଖାଇଥିଲେ। ପରେଜଣକ ପରେ ଜଣେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସଂଖ୍ୟା ୩୦ରେ ପହଞ୍ଚିବା ଓ ୨୯ ତାରିଖରେ ଜଣଙ୍କର ମୃତ୍ୟୁ ହୋଇଥିବାରୁ ଆତଙ୍କ ଖେଳି ଯାଇଛି।  ରାଉରକେଲା ଅଞ୍ଚଳରୁ ଭୋଜିରେ ସାମିଲ ହୋଇଥିବାରୁ ହଇଜା ସଂକ୍ରମଣ କଥା ବି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର