ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତା ଅସୁସ୍ଥ

ବଲାଙ୍ଗୀର : ପଦ୍ମଶ୍ରୀପ୍ରାପ୍ତ ବିଦ୍ୟାବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତା ଅସୁସ୍ଥ ହୋଇପଡ଼ିଛନ୍ତି। ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦେଶକ୍ରମେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ଡ. ଉଦ୍‌ଗାତାଙ୍କ ସହ ତାଙ୍କ ଧର୍ମପତ୍ନୀ ତଥା ଓଡ଼ିଶା ସାହିତ୍ୟ ଏକାଡେମିର ଅନୁବାଦ ପୁରସ୍କାର ବିଜୟିନୀ ସୌଦାମିନୀ ଉଦ୍‌ଗାତାଙ୍କର ସ୍ବାସ୍ଥ୍ୟ ପରୀକ୍ଷଣ କରାଯାଇଥିବା ବେଳେ ଉଭୟଙ୍କ ସ୍ବାସ୍ଥ୍ୟର ଯଥେଷ୍ଟ ଯତ୍ନ ନେବାର ଆବଶ୍ୟକତା ରହିଛି ବୋଲି ଚିକିତ୍ସା କରୁଥିବା ଡାକ୍ତର ଶ୍ରୀନିବାସ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର