କର୍ମୀଙ୍କୁ ସମୀରଙ୍କ ଗୁରୁମନ୍ତ୍ର

ଅସୁରାଳି: ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆସନ୍ତାକାଲି ଉପନିର୍ବାଚନ ପାଇଁ ତାଙ୍କର ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। ଏହି ପରି‌ପ୍ରେକ୍ଷୀରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଧାମନଗର ଅଂଚଳକୁ ଯାଇ ଅନେକ କାର୍ଯ୍ୟକର୍ତ୍ତାଙ୍କ ଘରେ ପହଞ୍ଚି କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବା ସହିତ ଆସନ୍ତାକାଲିର ପ୍ରାର୍ଥିପତ୍ର ଦାଖଲରେ ସାମିଲ ହେବା ପାଇଁ ଅନୁରୋଧ କରିଛନ୍ତି।

ଶ୍ରୀ ମହାନ୍ତିଙ୍କ ସହ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ସମ୍ପାଦକ ଅଭିମନ୍ୟୁ ସେଠୀ, ଜିଲ୍ଲା ପ୍ରଭାରୀ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରି ନାରାୟଣ ଧଳ, ଜିଲ୍ଲା ସଭାପତି ହେମନ୍ତ ପାଢୀ ପ୍ରମୁଖ ଅସୁରାଳି, ଧୂଷୁରୀ, ବେତାଳିଗାଁ, ପଧାନି, ଦୋବଲ, ଧାମନଗର, ଚୂଡାକୁଟି ଆଦି ସ୍ଥାନରେ ପହଞ୍ଚି ବିଭିନ୍ନ ଦେବାଦେବୀଙ୍କ ଦର୍ଶନ କରିବା ସହ ଦଳୀୟ ସମର୍ଥକଙ୍କ ଘରକୁ ଯାଇ ବୁଝାଇଥିଲେ। ଏହି ଅବସରରେ ଶ୍ରୀ ମହାନ୍ତି ଏବଂ ଅନ୍ୟ ନେତୃବର୍ଗଙ୍କୁ ସ୍ଥାନୀୟ ବିଜେପି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଶୋକ ପୁହାଣ, ମନୋଜ ମଲ୍ଲିକ, ଚତୁର୍ଭୁଜ ନାୟକ, ଅରବିନ୍ଦ ପତି, ବୈକୁଣ୍ଠ ସାହୁ, ଅନ୍ତର୍ଯ୍ୟାମୀ ପତି, ରାଜେନ୍ଦ୍ର ସାହୁ, ସୂରଜ ସାହୁ, ପ୍ରଦୀପ ବଳ, ଶ୍ରୀକାନ୍ତ ନାୟକ, ଦୀପ୍ତି ରଞ୍ଜନ ଜେନା, ପ୍ରଶାନ୍ତ ନାୟକ, ଗୟାଧର ନାୟକ, ସରୋଜ ସ୍ୱାଇଁ, କୈଳାସ ମହାପାତ୍ର, ଉମାମଣି ସାହୁ, ସୁମିତ୍ରା ପାଣି, ମୀନତି ସାହୁ,ପାର୍ବତୀ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର