ବିଜେପିର କେନ୍ଦ୍ରୀୟ ଇସ୍ତାହାର କମିଟିର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି ମନମୋହନ ସାମଲ

ଭୁବନେଶ୍ବର: ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଇସ୍ତାହାର କମିଟି ମୁଖ୍ୟ ରାଜନାଥ ସିଂ, ସଂସଦୀୟ ବୋର୍ଡ ସଦସ୍ୟ ଓ ଇସ୍ତାହାର କମିଟିର ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ଧନ୍ୟବାଦ ଜଣାଇଛନ୍ତି।

୨୦୧୪ ଏବଂ ୨୦୧୯ରେ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହାକୁ ପୂରଣ କରିଛି। ୨୦୨୪ରେ ମଧ୍ୟ ସମସ୍ତ ପ୍ରତିଶ୍ରୁତି ପୂରଣ କରିବ। ୨୦୨୪ ମୋଦୀ ଗ୍ୟାରେଣ୍ଟିରୁ ଓଡିଶା ଅଧିକ ଲାଭବାନ ହେବ ବୋଲି ଶ୍ରୀ ସାମଲ କହିଛନ୍ତି।

କେନ୍ଦ୍ର ଆଣିଥିବା ସଂକଳ୍ପ ପତ୍ର ଭିଜନ ଡକ୍ୟୁମେଣ୍ଟ ପାଞ୍ଚ ବର୍ଷର ରୋଡ଼ ମ୍ୟାପ ସଂକଳ୍ପ ପତ୍ରରେ ଥିବା ସମସ୍ତ ପ୍ରତିଶ୍ରୁତି ଚାଷୀ, ଗରିବ, ମହିଳା ଏବଂ ଯୁବ ବର୍ଗ ପାଇଁ ଉତ୍ସର୍ଗୀକୃତ।

ଭିତ୍ତିଭୂମି ଏବଂ ନୂଆ ଶିକ୍ଷାନୀତିରୁ ସବୁଠୁ ଅଧିକ ଫାଇଦା ଓଡିଶା ପାଇବ। ୟୁସିସି ଏବଂ ଗୋଟେ ଦେଶ ଗୋଟେ ନିର୍ବାଚନ ପ୍ରତିଶ୍ରୁତି ଐତିହାସିକ। ପାଇପ ଦ୍ଵାରା ସବୁ ଘରେ ରୋଷେଇ ଗ୍ୟାସ ପହଞ୍ଚିବ। କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ଓ ଶିଶୁ ଗୃହ ତିଆରି ହେବ। ଗରିବ ଓ ଚାଷୀଙ୍କୁ ସଶକ୍ତ କରାଯିବ। ଆୟୁଷ୍ମାନ ଭାରତ ଯୋଜନାରେ କିନ୍ନର ସାମିଲ ହେବେ। ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ଭାରତ ସୁବିଧା ମିଳିବ। ଗରିବଙ୍କ ପାଇଁ ଆହୁରି ୩ କୋଟି ପିଏମ୍ ଆବାସ ନିର୍ମାଣ କରାଯିବ। ଆସନ୍ତା ୫ ବର୍ଷ ପାଇଁ ମାଗଣାରେ ରାସନ ମିଳିବ। ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯିବ।

ପର୍ଯ୍ୟଟନ କ୍ଷେତ୍ରରେ ରୋଜଗାର ବୃଦ୍ଧି କରାଯି। ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା। ବାମପନ୍ଥୀ, ଉଗ୍ରବାଦୀଙ୍କୁ ନିପାତ କରାଯିବ। ସୀମା ଭିତ୍ତିଭୂମି ଆହୁରି ସୁଦୃଢ଼ କରାଯିବ। ଗୋଟିଏ ଦେଶ ଗୋଟିଏ ନିର୍ବାଚନ କରାଯିବ। ମୁଦ୍ରା ଯୋଜନାରେ ଋଣ ସୀମା ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରାଯିବ। ପ୍ରଶ୍ନ ପତ୍ର ଲିକ୍ ପାଇଁ କଡ଼ା ଆଇନ ଆସିବ। ଅଧିକ ରୋଜଗାର ସୃଷ୍ଟି ବିଜେପି ସରକାରର ଲକ୍ଷ୍ୟ ରହିବ। ସୁଲଭ ମୂଲ୍ୟରେ ଔଷଧ ଯୋଗାଇବା ପାଇଁ ଜନ ଔଷଧି କେନ୍ଦ୍ର ବିସ୍ତାର କରାଯିବ। ଡିଜିଟାଲ ଜନଜାତି ଏକାଡେମୀ ପ୍ରତିଷ୍ଠା ହେବ। ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଦେଶ ବ୍ୟାପି ପାଳନ କରାଯିବ।

୭୦୦ରୁ ଅଧିକ ଏକଲବ୍ୟ ସ୍କୁଲ ପ୍ରତିଷ୍ଠା କରାଯିବ। ସାରା ବିଶ୍ୱରେ ରାମାୟଣ ଉତ୍ସବ ପାଳନ କରାଯିବ। ସମଗ୍ର ଦେଶରେ ଇଭି ଗାଡ଼ି ପାଇଁ ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା କରାଯିବ । ଅଧିକରୁ ଅଧିକ ଲୋକଙ୍କୁ ପିଏମ ସୂର୍ଯ୍ୟ ଯୋଜନାରେ ସାମିଲ କରାଯିବ। ନୂଆ ଆଇଆଇଟି, ଆଇଆଇଏମ, ଏମ୍ସ ପ୍ରତିଷ୍ଠା କରାଯିବ। ଖୁବଶୀଘ୍ର ବନ୍ଦେ ଭାରତ ମେଟ୍ରୋ ଟ୍ରେନ ସେବା ଆରମ୍ଭ ହେବ। ଉତ୍ତର, ପୂର୍ବ ଓ ଦକ୍ଷିଣ ଭାରତରେ ବୁଲେଟ ଟ୍ରେନ ଚାଲିବ । ଖୁବଶୀଘ୍ର ଏନେଇ ସର୍ଭେ ଆରମ୍ଭ ହେବ ବୋଲି ଇସ୍ତାହାରରେ ସୂଚନା ରହିଥିବା ଶ୍ରୀ ସାମଲ କହିଛନ୍ତି।

ସମ୍ବନ୍ଧିତ ଖବର