ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଭିସେରା ପରୀକ୍ଷା ପାଇଁ ନମୁନା ସଂଗ୍ରହ

ବ୍ରହ୍ମପୁର : ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କ‌ଲେଜର ଜଣେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ସାଧାରଣରେ ନାନା ପ୍ରଶ୍ନ ସୃଷ୍ଟି ହୋଇଛି।

ତେବେ ଶବ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟ ଅନୁସାରେ ଶୋଇଥିବା ଅବସ୍ଥାରେ ସୁଭାନିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ କରିବା ପାଇଁ ଭିସେରା ପରୀକ୍ଷା ନିମନ୍ତେ ନମୁନା ସଂଗ୍ରହ କରାଯାଇଛି। ତାହା ଭୁବନେଶ୍ବରସ୍ଥିତ ଏସ୍‌ଏଫ୍‌ଏସ୍‌ଏଲ୍‌କୁ ପଠାଯିବ ବୋଲି ଜଣାପଡ଼ିଛି।
ପୁରୁଷୋତ୍ତମପୁର ରଥସାହିର ରବୀନ୍ଦ୍ର କୁମାର ପଟ୍ଟନାୟକଙ୍କ ଝିଅ ଡା. ସୁଭାନି ପଟ୍ଟନାୟକ ଚର୍ମରୋଗ ବିଭାଗ ପିଜି ପ୍ରଥମ ବର୍ଷର ଛାତ୍ରୀ ଥିଲେ। ସେ କଲେଜର ମହିଳା ହଷ୍ଟେଲ(ସିନିଅର୍‌ ରେସିଡେନ୍ସ)ରେ ରହୁଥିଲେ। ଗତକାଲି ତାଙ୍କୁ ହଷ୍ଟେଲ୍‌ ରୁମ୍‌ରୁ ଉଦ୍ଧାର କରି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର