ମୋବାଇଲ ଚୋରକୁ ୨ ବର୍ଷ ଜେଲ

ରାଉରକେଲା: ମୋବାଇଲ୍‌ ଚୋରି ଘଟଣାର ବିଚାର କରି ରାଉର‌କେଲା ପ୍ରଥମ ଶ୍ରେଣୀ ବିଚାରପତି ଉମାକାନ୍ତ ବେହେରା ଅଭିଯୁକ୍ତକୁ ଦୁଇ ବର୍ଷ ଜେଲ ସହ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନା‌ଦେୟ ଅଧିକ ଏକମାସ ଜେଲ୍‌ ଜେଲ୍‌ ଆଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ପାନପୋଷ ବାଲୁଘାଟର ଗଣେଶ ବଡାଇକ। ସାକ୍ଷୀମାନଙ୍କ ସାକ୍ଷ୍ୟପ୍ରମାଣକୁ ଭିତ୍ତିକରି ବିଚାରପତି ଶ୍ରୀ ବେହେରା ଏହି ରାୟ ଶୁଣାଇଛନ୍ତି। ଚୋରି ମୋବାଇଲ କିଣିଥିବା ଅଭିଯୋଗରେ ରିଜିୱାନ୍‌ ଆଲାମକୁ ୧ ବର୍ଷ ‌ଜେଲ୍‌ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ମାସ ଜେଲଦଣ୍ଡ ଶୁଣାଇଛନ୍ତି। ଗତ ୨୦୨୩ ମେ ୧୦ରେ ସିଭିଲଟାଉନସିପ୍‌ର ଅଂଶୁମାନ ତ୍ରିପାଠୀ ମର୍ଣ୍ଣିଂ ୱାକ୍‌ କରୁଥିଲେ। ହଠାତ୍‌ ଗଣେଶ ପହଞ୍ଚି ତାଙ୍କ ମୋବାଇଲ ଲୁଟ୍‌ କରି ଚମ୍ପଟ ମାରିଥିଲା। ଅଂଶୁମାନ ଏ ସଂକ୍ରାନ୍ତରେ ରଘୁନାଥପାଲୀ ଥାନାରେ ଲିଖିତ ଏତଲା ଦେଇଥିଲେ। ପୁଲିସ ଗଣେଶ ବଡାଇକ ଓ ମୋବାଇଲ କିଣିଥିବା ରିଜିୱାନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସରକାରଙ୍କ ପକ୍ଷରୁ ଅକ୍ଷୟ ସାହୁ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର