୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ୩ ଯୁବକ ମୃତ

ଅଧୁରା ରହିଗଲା ଜଗା ଦର୍ଶନ

ଚଣ୍ଡିଖୋଲ, : ଯାଜପୁର ଜିଲ୍ଲାର ଧର୍ମଶାଳା ଅଞ୍ଚଳରୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିବା ୩ ଜଣ ଯୁବକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୃତ ଯୁବକମାନେ ହେଉଛନ୍ତି ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ମାଣତିରି ଗ୍ରାମର ମହେନ୍ଦ୍ର ସରଙ୍କ ପୁଅ ଅଭିଷେକ ସର(୨୨), ଜେନାପୁର ଥାନା ଅନ୍ତର୍ଗତ ଚଢ଼େଇଧରା ଗ୍ରାମର ଶରତ ଚନ୍ଦ୍ର ସାହୁଙ୍କ ପୁଅ ଅଞ୍ଚଳ ସାହୁ (୨୬) ଓ କଟକ ଜଗତପୁର ଅଞ୍ଚଳର ଦତ୍ତହରି ନାୟକଙ୍କ ପୁଅ ଦେବାଶିଷ ନାୟକ(୨୬)।

ସୂଚନା ମୁତାବକ, ଉକ୍ତ ୩ ଯୁବକ ଗତ ୧୨ ତାରିଖ ରାତି ୩ ଟାରେ ଏକ ପଲସର୍‌ ବାଇକ୍‌ ନମ୍ବର ଓଡି-୦୪ଏମ୍-୪୬୯୬ ଯୋଗେ ପୁରୀ ଯାଉଥିଲେ। ୧୬ ନମ୍ବର ଜାତୀୟ ରାଜପଥର ବଡ଼ଚଣା ଥାନା ଅନ୍ତର୍ଗତ କଡ଼େଇ ଛକ ନିକଟରେ ସେମାନଙ୍କ ବାଇକ୍‌କୁ ପଛପଟୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ବଡ଼ଚଣା ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଖବର ପାଇ ମୃତ ଯୁବକମାନଙ୍କ ପରିବାର ଲୋକେ ବଡ଼ଚଣା ଡାକ୍ତରଖାନାରେ ପହଞ୍ଚିଥିଲେ। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର