ଟ୍ରକକୁ ପିଟିଲା ସ୍କର୍ପିଓ: ୩ ମୃତ, ୩ ଗୁରୁତର

ଯୋଡା: କେନ୍ଦୁଝର ଜିଲ୍ଲା  ରୁଗୁଡି ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥ ବାରବାଙ୍କ ଘାଟିରେ ବୁଧବାର ମର୍ମନ୍ତୁଦ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି।  ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବାରବାଙ୍କ ଘାଟି ରାସ୍ତା ପାଶ୍ୱର୍ରେ ଏକ ଟ୍ରକ ଠିଆ ହୋଇଥିଲା।

ପଛପଟୁ ଆସୁଥିବା ଓଆର-୦୨ଏଏକ୍ସ-୮୧୮୧ ନମ୍ବର ସ୍କର୍ପିଓ ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା ମୃତକଙ୍କ ମଧ୍ୟରେ ୨ ପୁରୁଷ ଓ ଜଣେ ମହିଳା ଅଛନ୍ତି। ସ୍କର୍ପିଓଟି ରୁଗୁଡିରୁ ଭଦ୍ରାସାହି ଆସୁଥିବା ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ତେବେ ମୃତକମାନେ ବଡବିଲ ଥାନା ଭଦ୍ରାସାହି ବିଜୁ ହଟିଂର ଅର୍ଜୁନ ମୁଣ୍ଡା,ରାଞ୍ଚି ମୁଣ୍ଡା ଓ ଜୁରିଆ ମୁଣ୍ଡା। ଘଟଣାସ୍ଥଳରେ ରୁଗୁଡି ପୁଲିସ ପହଞ୍ଚି ତଦନ୍ତ ଚଳାଇଛି । ସ୍କର୍ପିଓଟି ଚୂରମାର ହୋଇଯାଇଛି।

ସମ୍ବନ୍ଧିତ ଖବର