ବାଘଛାଲ ଜବତ ଘଟଣା: ବନ୍ଧା ହେଲେ ହାବିଲଦାର-ଜେଲ ଓ୍ଵାଡର, ଗିରଫ ସଂଖ୍ୟା ହେଲା ୯

ଭୁବନେଶ୍ୱର: ଦେବଗଡ଼ ଜିଲ୍ଲାର ବାରକୋଟରୁ ଗତ ୨୦ ତାରିଖରେ ବାଘ ଛାଲ ଜବତ ଘଟଣାରେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ ମଙ୍ଗଳବାର ଜଣେ ହାବିଲଦାର ଓ ଅଜ୍ୟ ଜଣେ ଜେଲ ଓ୍ଵାର୍ଡରଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ଦେବଗଡ଼ସ୍ଥିତ ୪ର୍ଥ ଆଇଆରବିଏନ୍‌ରେ ମୁତୟନ ହାବିଲଦାର ଲିକୁଲ କୁମାର ସାହୁ ଓ ରାଉରକେଲା ସ୍ୱତନ୍ତ୍ର ଜେଲରେ ଓ୍ଵାର୍ଡର ଭାବେ କାର୍ଯ୍ୟରତ ରଶ୍ମୀ ରଂଜନ ମିଶ୍ରଙ୍କୁ ଏସ୍‌ଟିଏଫ ଗିରଫ କରିଛି।

ସୂଚନାଯୋଗ୍ୟ ଶିକାରୀ ଓ ବେପାରୀଙ୍କ ଦ୍ୱାରା ବାଘ ଛାଲ କାରବାର ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଏସ୍‌ଟିଏଫ ଗତ ଜୁନ ୨୦ରେ ବାରକୋଟରୁ ସୁନ୍ଦରଗଡ଼ର ସଚିକାନ୍ତ ନାୟକ, ଦେବଗଡ଼ର ରମଣୀ ସେନ ବେହେରା ଓ ଜ୍ଞାନଦତ୍ତ ବେହେରାଙ୍କୁ ଗିରଫ କରିଥିଲା। ଘଟଣା ଦିନ ସେମାନେ ବାଘଛାଲ ବିକ୍ରି ପାଇଁ ଯୋଜନା କରୁଥିଲେ।

ଏସଟିଏଫ ୩ ଜଣ ଅଭିଯୁକ୍ତଙ୍କୁ ଜୁନ ୨୫ରେ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା। ପଚରା ଉଚରା ପରେ ଆଉ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ବାଘଛାଲ ଜବତ ଘଟଣାର ଏସଟିଏଫ୍‌ ଏଯାଏଁ ମୋଟ ୯ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର