ନକ୍ସଲ ବିରୋଧରେ ବଡ଼ ଅପରେସନ: ସୁରକ୍ଷାବାହିନୀଙ୍କ ଗୁଳିରେ ୨ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ଦନ୍ତେଵାଡା ଓ ବିଜାପୁର ଜଂଗଲରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ପ୍ରେସର ବୋମା ବିସ୍ଫୋରଣରେ ଦୁଇ ଜଣ ଯବାନ ଆହତ ହୋଇଥିଲେ। ବିଶେଷ ସୂତ୍ରରୁ ପୁଲିସ ଖବର ପାଇଥିଲା ଯେ ବିଜାପୁର ଜିଲ୍ଲା ଅନ୍ତର୍ଗତ ଗାଙ୍ଗଲୁର ଥାନା ଅଂଚଳରେ କ୍ୟାଡର ନକ୍ସଲ କ୍ୟାମ୍ପ କରି ରହିଛନ୍ତି। ତୁରନ୍ତ ଡିଆରଜି ଏବଂ ସିଆରପିଏଫ ଯବାନ ସର୍ଚ୍ଚ ଅପରେସନରେ କିରନ୍ଦୁଲ ଥାନା ଅନ୍ତର୍ଗତ ବଡେ ପାଲ୍ଲୀ, ପୁରଗେଲ, କୁବେମ, ପିଡିଆ ଳି ଅଂଚଳରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିବା ବେଳେ ଦୁଇ ଜଣ ଯବାନଙ୍କ ପାଦ ପ୍ରେସର ବୋମା ଉପରେ ପଡିଥିଲା। ଯାହାଫଳରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିଲା।ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ଦୁଇ ଯବାନଙ୍କୁ ରାୟପୁର ଏୟାରଲିଫଟ କରାଯାଇଥିଲା। ରାୟପୁର ବଡ ମେଡିକାଲରେ ଦୁଇ ଯବାନଙ୍କ ଚିକିତ୍ସା ଚାଲୁଥିବା କୁହାଯାଇଛି। ଏହି ଘଟଣା ପରେ ନକ୍ସଲ ଯବାନଙ୍କ ଉପରେ ଅତର୍କିତ ଗୁଳି ଚଳାଇଥିଲେ।ଯବାନ ମଧ୍ୟ ପାଲଟା ଜବାବ ଦେଉଛନ୍ତି।

ପ୍ରକାଶ ଥାଉକି ନକ୍ସଲ ଜଂଗଲରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ପ୍ରେସର ବୋମା ଖଞ୍ଜିଥାନ୍ତି। ଫଳରେ ଆଜି ସେମାନେ ସଫଳ ହୋଇଛନ୍ତି। ବହୁ ସମୟରେ ଗ୍ରାମବାସୀ ମଧ୍ୟ ଜଂଗଲରେ ବୁଲୁଥିବା ବେଳେ ପ୍ରେସର ବୋମାର ଶିକାର ହୋଇ ମୃତାହତ ହେବାର ନଜିର ରହିଛି।

ସମ୍ବନ୍ଧିତ ଖବର