ମହିଳାଙ୍କୁ ଗଣଦୁଷ୍କର୍ମ, ଜଣେ ଅଟକ

ହାଟଡିହି : ହାଟଡିହି ବ୍ଲକ୍‌ ସୋସୋ ଥାନା ଗୋହିରାବଣି ନିକଟରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ମହୁଲଡିହା ଅଞ୍ଚଳର ଜଣେ ମହିଳା ନିଜ ସମ୍ପର୍କୀୟଙ୍କ ଘର ବାଲିବରେଇ ପଞ୍ଚାୟତ ଅଞ୍ଚଳକୁ ବୁଲିବାକୁ ଆସିଥିଲା। ଗତକାଲି ନିଜ ମାଉସୀପୁଅ ସହିତ ଗୋହିରାବଣିକୁ ବୁଲିବାକୁ ଯାଇଥିଲା । ସେଠାରେ ମାଉସୀପୁଅ ଓ ତାର କିଛି ସାଙ୍ଗଙ୍କ ସହିତ ଖିଆପିଆ କରି ଫେରିଥିଲେ। ଏହି ସମୟରେ ତିନିଜଣ ଯୁବକ ମିଶି ମହିଳା ଜଣକୁ ଗଣଦୁଷ୍କର୍ମ କରିଥିଲେ। ଏନେଇ ମହିଳା ଜଣକ ସୋସୋ ଥାନାରେ ଅଭିଯୋଗ କରିବାପରେ ସୋସୋ ପୁଲିସ ଜଣେ ଯୁବକକୁ ଅଟକ ରଖିବା ସହିତ ମହିଳା ଜଣକୁ ଡାକ୍ତରୀ ପରୀକ୍ଷା ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ଅଧିକ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର