Advertisment
Latest Posts
Advertisment
ରାଜ୍ୟ
ରାଜ୍ୟରେ କେମିତି ରହିଛି ବନ୍ୟା ସ୍ଥିତି? ସମୀକ୍ଷା କଲେ ବିଭାଗୀୟ ମନ୍ତ୍ରୀ
ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଅପେକ୍ଷା ଝାଡ଼ଖଣ୍ଡ ଚାନ୍ଦିଲି ଡ୍ୟାମର ପାଣି ସୁବର୍ଣ୍ଣରେଖାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ବନ୍ୟା ସ୍ଥିତି ନିୟନ୍ତ୍ରଣରେ ରହିଛି। ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ସ୍ଥିତି ସମୀକ୍ଷା କରିଛନ୍ତି |
ଜିଲ୍ଲା
ଭଦ୍ରକରେ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ, ୪ ଗିରଫ
ଭଦ୍ରକର ପୁରୁଣା ବଜାର ଥାନା ପୁଲିସ ଆଜି ପୁରୁଣା ବଜାର ହେଲା ସାହି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚଢାଉ କରି ନକଲି ଜର୍ଦ୍ଦା ତିଆରି କାରଖାନା ଠାବ କରିଛି। ଏହି ଅଞ୍ଚଳରେ କିଛି ଅସାଧୁ ବେପାରୀ ନାମୀ ଦାମୀ କମ୍ପାନୀର ଲୋଗ, ସିଲ୍ ବ୍ୟବହାର କରି ନକଲି ଜର୍ଦ୍ଦା ବ୍ୟବସାୟ କରୁଥିଲେ।
ଖେଳ
ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ୍, ଫାଇନାଲ୍ରେ ତନ୍ବୀ, ଆୟୁଷ
ସମ୍ମାନଜନକ ୟୁଏସ୍ ଓପନ୍ ସୁପର ୩୦୦ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ଭାରତୀୟ ଲଳନା ତନ୍ବୀ ଶର୍ମା ଜୟଯାତ୍ରା ଜାରି ରଖି ଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି। ସେହିଭଳି ପୁରୁଷ ଏକକରେ ଆୟୁଷ ସେଟ୍ଟୀ ଐତିହାସିକ ସଫଳତା ସହ ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି।
ରାଜନୀତି
ବିଜେପି ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ସ୍ଥଗିତ
ଆସନ୍ତା ୧ ତାରିଖରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ନୂଆ ସଭାପତି ମିଳିବ ନାହିଁ। ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ ରଖାଯାଇଛି। ବିଜେପି ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନକୁ ମଧ୍ୟ ସ୍ଥଗିତ ରଖାଯାଇଛି।
ଅପରାଧ
ବାପ ନା ସୈତାନ: ପୁଅ ବର୍ଷାରେ ଖେଳିବାକୁ ଜିଦ କଲା ବୋଲି ଛୁରୀ ଭୁଷି ହତ୍ୟା କଲା ବାପା, ରାଜଧାନୀରେ ଚାଞ୍ଚଲ୍ୟ
ରକ୍ତ ଜୁଡୁବୁଡୁ ପୁଅକୁ ଦେଖି ଅଭିଯୁକ୍ତ ବାପାର ମୁଣ୍ଡ କାମ କରିନଥିଲା ସେ ପୁଅକୁ ମେଡିକାଲକୁ ନେଇ ଯାଇଥିବା ବେଳେ ଡାକ୍ତର ପୁଅକୁ ମୃତ ଘୋଷଣା କରିଥିଲେ । ଏହା ପରେ ପୋଲିସ ଛୁରୀ ସହ ଅଭିଯୁକ୍ତ ବାପାକୁ ଗିରଫ କରିଛି
ମନୋରଞ୍ଜନ
ଆମିରଙ୍କ ୮ ବର୍ଷର ଅପେକ୍ଷାର ହେଲା ଶେଷ
ତିନି ବର୍ଷ ପରେ ବଡ଼ ପରଦାରେ ଆମିର ଖାନଙ୍କ ପ୍ରତ୍ୟାବର୍ତ୍ତନ ସଫଳ ହୋଇଛି। ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ 'ସିତାରେ ଜମିନ୍ ପର' ଥିଏଟରରେ ରାଜ୍ କରିଛି। ବକ୍ସ ଅଫିସରେ ଫିଲ୍ମ ଉପରେ ଟଙ୍କା ବର୍ଷା ହେଉଛି