ରାଜନୀତି ନୁହେଁ, ଶତପ୍ରତିଶତ ବିଜ୍ଞାନସମ୍ମତ ଚିନ୍ତାଧାରା: କମଳା ରଙ୍ଗର ‘ବନ୍ଦେ ଭାରତ ଟ୍ରେନ୍’ ପ୍ରସଙ୍ଗରେ କହିଲେ ରେଳମନ୍ତ୍ରୀ
ନୂଆଦିଲ୍ଲୀ: ‘ବନ୍ଦେ ଭାରତ ଟ୍ରେନ୍’ ଚଳାଚଳରେ କୌଣସି ରାଜନୀତି ନାହିଁ ଏବଂ ଟ୍ରେନ୍ର ରଙ୍ଗ କମଳା କରାଯିବା ଘଟଣାରେ ବୈଜ୍ଞାନିକ ଭାବଧାରା ଉପରେ ନିହିତ ଥିବା କଥା ସମ୍ପ୍ରତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା କରିବା ବେଳେ କହିଛନ୍ତି।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ଏଥିରେ ରଜାନୀତି ରହିଛି କି ବୋଲି ପଚରା ଯିବାରୁ ବୈଷ୍ଣବ କହିଲେ, ଲୋକଙ୍କ ଦୃଷ୍ଟିକୁ ହଳଦିଆ ଓ କମଳା ରଙ୍ଗ ସବୁଠୁ ଅଧକ ଦିଶିଥାଏ। ୟୁରୋପରେ ପ୍ରାୟ ୮୦% ଟ୍ରେନ୍ର ରଙ୍ଗ ହୁଏତ କମଳା ଅଥବା ହଳଦିଆ-କମଳା ମିଶାମିଶି।
ସେ ଆହୁରି ମଧ୍ୟ କହିଛନ୍ତି, ଏମିତି ଅନେକ ପ୍ରକାରର ରଙ୍ଗ ରହିଛି ଯାହା କମଳା ଓ ହଳଦିଆ ପରି ଉଜ୍ଜ୍ବଳ। ସେଥିରୁ ଗୋଟାଏ ହେଲା ରୁପେଲୀ। କିନ୍ତୁ, ମଣିଷ ଆଖିରେ ସ୍ପଷ୍ଟ ଓ ସହଜରେ ଦେଖିହେଉଥିବା ରଙ୍ଗ ଦୁଇଟି ହେଉଛି ହଳଦିଆ ଓ କମଳା।
![](https://sambad.in/wp-content/uploads/2023/10/vbe-1024x593.jpg)
ଗୁରୁତ୍ବାରୋପ କରି ବୈଷ୍ଣବ କହିଲେ ଯେ, ଏଥିରେ ଆଦୌ ରାଜନୀତି ନାହିଁ। ଏହା ୧୦୦% ବିଜ୍ଞାନ ଚିନ୍ତାଧାରା ସମ୍ବଳିତ।
ଏହି କାରଣ ପାଇଁ ବିମାନର ଓ ପାଣିଜାହାଜର ‘ବ୍ଲାକ୍ବକ୍ସ’ ସବୁ କମଳା ରଙ୍ଗ କରାଯାଇଥାଏ। ସେହିପରି, ‘ନ୍ୟାସ୍ନାଲ୍ ଡିଜାଷ୍ଟର୍ ରେସ୍ପନ୍ସ୍ ଫୋର୍ସ’ ବ୍ୟବହାର କରୁଥିବା ଉଦ୍ଧାରକାରୀ ବୋଟ୍ ଓ ‘ଲାଇଫ୍ ଜ୍ୟାକେଟ୍’ର ରଙ୍ଗ ମଧ୍ୟ କମଳା।
ଉଲ୍ଲେଖଯୋଗ୍ୟ, ପ୍ରଥମ ଥର ପାଇଁ ଭାରତୀୟ ରେଳବାଇ ସେପ୍ଟେମ୍ବର ୨୪ ତାରିଖ ଦିନ କେରଳର କାସରଗୋଡ଼ ଓ ତିରୁଅନନ୍ତପୁରମ୍ ମଧ୍ୟରେ କମଳା-ଧୂସର ରଙ୍ଗର ‘ବନ୍ଦେ ଭାରତ ଟ୍ରେନ୍’ ଚଳାଚଳ କରାଇଛନ୍ତି।