ନୂଆଦିଲ୍ଲୀ: ୟୁପିଏସସି ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଉତ୍ତରପ୍ରଦେଶ ଲକ୍ଷ୍ନୌର ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି।
ବର୍ତ୍ତମାନ ଆଦିତ୍ୟ ପଶ୍ଚିମବଙ୍ଗ ଅଣ୍ଡର ଟ୍ରେନିଂ ଆଇପିଏସ ପଦବୀରେ କାର୍ଯ୍ୟରତ। ତାଙ୍କର ପିତା ଅଜୟ ଶ୍ରୀବାସ୍ତବ ସେଣ୍ଟ୍ରାଲ ଅଡିଟ୍ ଡିପାର୍ଟମେଣ୍ଟରେ ଏଏଓ ଅଛନ୍ତି। ତାଙ୍କର ଛୋଟ ଭଉଣୀ ଦିଲ୍ଲୀରେ ଆଇଏଏସ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଦିତ୍ୟଙ୍କ ମା’ ଜଣେ ଗୃହିଣୀ। ଆଦିତ୍ୟଙ୍କ ପ୍ରାଥମିକ ପାଠପଢ଼ା ଆଲିଗଞ୍ଜରେ ଶେଷ ହୋଇଥିଲା। ପିଲାଦିନେ ପାଠପଢ଼ାରେ ସେ ସବୁବେଳେ, ଶ୍ରେଣୀରେ ପ୍ରଥମ ହେଉଥିଲେ।
ଏହାପରେ ସେ ଦ୍ବାଦଶ ପାସ କରି ଆଇଆଇଟି କାନପୁରରେ ବିଟେକ୍ କରିଥିଲେ। କିଛି ଦିନ ଘରୋଇ କମ୍ପାନୀରେ ଚାକିରି କରିବା ପରେ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ।
ଏହା ପୂର୍ବରୁ ସେ ୨୩୬ ସ୍ଥାନ ହାସଲ କରି ଆଇପିଏସ୍ ହୋଇଥିଲେ। ବିନା କୋଚିଂରେ ସେ ସଫଳତା ହାସଲ କରିଛନ୍ତି। ଆଦିତ୍ୟଙ୍କର ଖେଳରେ ରୁଚି ରହିଛି। ସେ କ୍ରିକେଟକୁ ବେଶ୍ ପସନ୍ଦ କରନ୍ତି।