ଡେନମାର୍କର ୪୦୦ ବର୍ଷ ପୁରୁଣା ଷ୍ଟକ ଏକ୍ସଚେଞ୍ଜରେ ନିଆଁ, ଖସିପଡ଼ିଲା ଶିଖର

କୋପନହେଗନ: କୋପେନହେଗନର ଏକ ପୁରାତନ ତଥା ଐତିହାସିକ କୋଠାରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ କୋଠାର ଶିଖରଟି ଭାଙ୍ଗି ଯାଇଛି। ଏହି କୋଠାଟି ସପ୍ତଦଶ ଶତାବ୍ଦୀର ଅଟେ ଯେଉଁଠାରେ କେବଳ ଡେନମାର୍କ ନୁହେଁ ସମଗ୍ର ବିଶ୍ବର ଅନ୍ୟତମ ସବୁଠାରୁ ପୁରୁଣା ଷ୍ଟକ ଏକ୍ସଚେଞ୍ଜ ରହିଥିଲା । ଏହି ସ୍ଥାନ ଏକଦା ଡେନମାର୍କର ଆର୍ଥିକ ଗତିବିଧିର କେନ୍ଦ୍ର ଥିଲା । ମଙ୍ଗଳବାର ଏହି କୋଠାରେ ହଠାତ୍ ନିଆଁ ଲାଗିଯାଇଥିଲା।

ଏହି କୋଠା ଟି ଖ୍ରୀଷ୍ଟିଆନ ବୋର୍ଗ ପ୍ୟାଲେସ ନିକଟରେ ଅବସ୍ଥିତ, ଯେଉଁଠାରେ ସଂସଦ ବି ଅବସ୍ଥିତ । ଏହା ପର୍ଯ୍ୟଟନର ଏକ ଲୋକପ୍ରିୟ କେନ୍ଦ୍ର ଭାବରେ ବିବେଚନା କରାଯାଏ । ଏହାର ସ୍ୱତନ୍ତ୍ର ଶିଖର ବେଶ୍ ଆକର୍ଷଣୀୟ। ୪ଟି ଡ୍ରାଗନର ଲାଞ୍ଜ ଆକୃତି ଥିବା ଏହି ଶିଖରଟି ର ଉଚ୍ଚତା ୫୬ ମିଟର ଥିଲା । ଏହା ସପ୍ତଦଶ ଶତାବ୍ବୀରେ ନିର୍ମିତ ହୋଇଥିଲା, ଅର୍ଥାତ ଏହା ୪୦୦ ବର୍ଷ ପୁରୁଣା । ଡେନମାର୍କ ଇତିହାସରେ ଏହାର ଏକ ସ୍ବତନ୍ତ୍ର ସ୍ଥାନ ଥିଲା ।

ନିଆଁ ଲାଗିବା ପରେ ଉକ୍ତ କୋଠାକୁ ଖାଲି କରାଯାଇଥିଲା । ଏହା ସହିତ ଉକ୍ତ କୋଠା ଥିବା ଅଂଚଳକୁ ଯିବାକୁ ଲୋକମାନଙ୍କୁ ବାରଣ କରାଯାଇଛି । ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାଯାଇଛି । ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି କୋଠାକୁ ମରାମତି ପାଇଁ ବନ୍ଦ କରାଯାଇଥିଲା । ନିଆଁ ଲାଗିବା ଜଣାପଡ଼ିବା ପରେ ତା ଭିତରେ ଥିବା ନିର୍ମାଣ କର୍ମଚାରୀଙ୍କୁ ବାହାର କରାଯାଇଥିଲା ।

 

ସମ୍ବନ୍ଧିତ ଖବର