ନୂଆଦିଲ୍ଲୀ: ଦୁନିଆର ଅଗ୍ରଣୀ ଆଇଟି କମ୍ପାନି ଗୁଗଲରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। କମ୍ପାନିର କାଲିଫର୍ଣ୍ଣିଆ ମୁଖ୍ୟାଳୟରେ କର୍ମଚାରୀମାନଙ୍କ ଏକ ବିକ୍ଷୋଭ ଯୋଗୁଁ ପ୍ରାୟ ୮ ଘଣ୍ଟା ଧରି ଅଫିସର ଅଚଳାବସ୍ଥା ଜାରି ରହିଥିଲା । ତେବେ ଅଜବ କଥା ହେଉଛି ସେହି କର୍ମଚାରୀମାନେ ଦରମା ବୃଦ୍ଧି କିମ୍ବା ଅନ୍ୟ ସୁବିଧାସୁଯୋଗ ପାଇଁ ବିକ୍ଷୋଭ କରୁନଥିଲେ। ସେମାନେ ଦାବି କରୁଥିଲେ ଯେ ଗୁଗୁଲ ଗୁଗୁଲ ଇସ୍ରାଏଲ ସରକାରଙ୍କ ସହ କାମ କରିବା ବନ୍ଦ କରିଦେଉ। ରାଜନୈତିକ ଦାବିକୁ ନେଇ କୌଣସି କମ୍ପାନିର କର୍ମଚାରୀଙ୍କ ଏହା ବୋଧହୁଏ ପ୍ରଥମ ବଡ଼ ବିକ୍ଷୋଭ ହେବ। ତେବେ ପରବର୍ତ୍ତୀ ସମୟରେ ଏହି କର୍ମଚାରୀମାନଙ୍କୁ ମଧ୍ୟ ଗିରଫ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଡିଆ ରିପୋର୍ଟ ଅନୁଯାୟୀ, ଏହି କର୍ମଚାରୀମାନେ ଗୁଗଲ କ୍ଲାଉଡ୍ ସିଇଓ ଥୋମାସ କୁରିଆନଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ସେଠାରେ ସେ ୮ ଘଣ୍ଟା ରହି ଇସ୍ରାଏଲ ସରକାରଙ୍କ ସହ ସମ୍ପର୍କ ଛିନ୍ନ କରିବାକୁ ଦାବି କରିଥିଲେ। ଏହି ବିକ୍ଷୋଭରେ ଅନେକ କର୍ମଚାରୀ ସାମିଲ ହୋଇଥିଲେ। କଂପାନିର କାଲିଫର୍ଣ୍ଣିଆ ଓ ନ୍ୟୁୟର୍କ କାର୍ଯ୍ୟାଳୟରେ ମଧ୍ୟ ସମାନ ବିକ୍ଷୋଭ ଦେଖିବାକୁ ମିଳିଛି। ୮ ଘଣ୍ଟା ପରେ ବି ସେମାନେ ଆନ୍ଦୋଳନ ବନ୍ଦ ନ କରିବାରୁ ସେମାନଙ୍କୁ ଗିରଫ କରାଯାଇଥିଲା। ସେମାନେ ଦାବି କରିଛନ୍ତି ଯେ ଇସ୍ରାଏଲ ସରକାରଙ୍କୁ ଗୁଗୁଲର କ୍ଲାଉଡ୍ କମ୍ପ୍ୟୁଟିଂ ସୁବିଧା ବ୍ୟବହାର କରିବାକୁ ଅନୁମତି ଦିଆନଯାଉ । ଏହି ଘଟଣାର ଏକ ଭିଡିଓ ମଧ୍ୟ ଇଣ୍ଟରନେଟରେ ଭାଇରାଲ ହୋଇଛି । ଏଥିରେ ଅନେକ କର୍ମଚାରୀ ଗୁଗୁଲ ଅଫିସ ଭିତରେ ବସିଥିବା ଦେଖିବାକୁ ମିଳୁଛି। ଏହାପରେ ପୁଲିସ ଆସି ସମସ୍ତଙ୍କୁ ଗିରଫ କରି ନେଇଯାଇଥିଲା।