ରାମ ଲାଲାଙ୍କ କପାଳରେ ୫ମିନିଟ ପର୍ଯ୍ୟନ୍ତ ଅଟକି ରହିଥିଲା ସୂର୍ଯ୍ୟଙ୍କ କିରଣ: ହେଲିକପ୍ଟର ଯୋଗେ ଦର୍ଶନ କଲେ ମୋଦୀ

ଅଯୋଧ୍ୟା: ଅଯୋଧ୍ୟାରେ ରାମ ନବମୀ ଅବସରରେ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ କପାଳରେ ସୂର୍ଯ୍ୟ କିରଣର ତିଲକ ଲଗାଯାଇଛି।

ବୁଧବାର ମଧ୍ୟାହ୍ନ ୧୨.୧୬ଟାରେ ସୂର୍ଯ୍ୟ କିରଣ ରାମ ଲାଲାଙ୍କ କପାଳରେ ପଡ଼ିଥିଲା। ଏହି ସମୟରେ ଶଙ୍ଖ, ଘଣ୍ଟ, ମନ୍ତ୍ର ଉଚ୍ଚାଚରଣରେ ମନ୍ଦିର ପୁରି ଉଠିଥିଲା। ସୂର୍ଯ୍ୟଙ୍କ କିରଣ ରାମ ଲାଲାଙ୍କ କପାଳରେ ପ୍ରାୟ ୫ମିନିଟି ପର୍ଯ୍ୟନ୍ତ ପଡ଼ି ରହିଥିଲା। ଏହି ସମୟ‌ର ଦୃଶ୍ୟକୁ ଐତିହାସିକ ଦୃଶ୍ୟ ବୋଲି କୁହାଯାଉଛି। ଯାହାକୁ ଶବ୍ଦରେ ବଖାଣି ହେବନାହିଁ।

ଦର୍ପଣ ଏବଂ ଲେନ୍ସ ଦ୍ବାରା ନିର୍ମିତ ଏକ ବିସ୍ତୃତ ଯନ୍ତ୍ର ଦ୍ୱାରା ସୂର୍ଯ୍ୟଙ୍କର କିରଣର ଏକ ଧାର ଆସି ପ୍ରଭୁ ଶ୍ରୀରାମଙ୍କ କପାଳରେ ଆଜି ପଡ଼ିଥିଲା। ଯାହାକୁ ‘ସୂର୍ଯ୍ୟ ତିଲକ’ ବୋଲି କୁହାଯାଉଛି। ଏହି ଭବ୍ୟ ମୁହୂର୍ତ୍ତକୁ ମୋଦୀ ହେଲିକପ୍ଟର ଯୋଗେ ଦେଖିଥିଲେ।

କାରଣ ମୋଦୀ ଆସାମରେ ଏକ ଜନସଭା କରିବା ପରେ ହେଲିପକ୍ଟର ଯୋଗେ ଯାତ୍ରା କରୁଥିଲେ। ଏହି ସମୟରେ ସେ ଆକାଶରେ ଅନଲାଇନ ଜରିଆରେ ପ୍ରଭୁ ରାମ ଲାଲାଙ୍କ ସୂର୍ଯ୍ୟ ଅଭିଷେକ ଦର୍ଶନ କରିଥିଲେ।

ମୋଦୀ ରାମ ଲାଲାଙ୍କ କପାଳରେ ସୂର୍ଯ୍ୟ କିରଣ ପଡ଼ିଥିବାର ଏକ ଫଟୋକୁ ଏକ୍ସରେ ସେୟାର ବି କରିଛନ୍ତି। ଯେଉଁଥିରେ ସେ ରାମ ଲାଲାଙ୍କ ଦିବ୍ୟ ଦର୍ଶନ କରୁଥିବା ଦେଖିବାକୁ ମିଳୁଛି।

ତେବେ ରାମନବମୀ ଅବସରରେ ରାମ ଲାଲାଙ୍କ ଦର୍ଶନ ପାଇଁ ମନ୍ଦିରକୁ ରାତି ୩ଟାରୁ ଖୋଲା ଯାଇଛି। ଯାହାକି ବୁଧବାର ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଖୋଲା ରହିବ।

ସମ୍ବନ୍ଧିତ ଖବର