ଆମେରିକା, ବ୍ରିଟେନରେ ଇଭିଏମ ବନ୍ଦ, ଭାରତରେ କାହିଁକି ଚାଲୁଛି ? ସୁପ୍ରିମକୋର୍ଟଙ୍କ ପ୍ରଶ୍ନର ଏପରି ଉତ୍ତର ଦେଲେ ନିର୍ବାଚନ କମିସନ
ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)-ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ସମ୍ବନ୍ଧୀୟ ମାମଲାର ଶୁଣାଣି ଗୁରୁବାର (ଏପ୍ରିଲ ୧୮, ୨୦୨୪) ସୁପ୍ରିମ୍ କୋର୍ଟରେ ହୋଇଥିଲା। ଇଭିଏମ୍ ସହ ଭିଭିପ୍ୟାଟ୍ ବ୍ୟବହାର କରି ଦିଆଯାଇଥିବା ଭୋଟର ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ହୋଇଥିବା ଆବେଦନର ଶୁଣାଣି ବେଳେ ବ୍ରିଟେନ୍ (ୟୁରୋପରେ) ଏବଂ ଆମେରିକାରେ ଇଭିଏମ ବନ୍ଦ ହୋଇଥିବା ଭାରତରେ କାହିଁକି ଚାଲୁଛି ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ଏହାର ଜବାବରେ ନିର୍ବାଚନ କମିସନ ଆମେରିକା-ବ୍ରିଟେନର ଇଭିଏମ୍ ଏବଂ ଭାରତରେ ବ୍ୟବହୃତ ଇଭିଏମ ମଧ୍ୟରେ ପାର୍ଥକ୍ୟ କ’ଣ ତାହା ବୁଝାଇଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
କମିସନଙ୍କ ଓକିଲ କହିଛନ୍ତି ଯେ, ବିଦେଶୀ ଇଭିଏମ୍ ଗୁଡ଼ିକ ନେଟୱାର୍କ ସହ ସଂଯୁକ୍ତ ହୋଇଥିବାରୁ ପ୍ରଭାବିତ ହେବାର ସମ୍ଭାବନା ଥିବାବେଳେ ଭାରତର ଇଭିଏମ୍ ଗୁଡ଼ିକ ଏକକ ମେସିନ୍। ଏହା କୌଣସି ନେଟୱାର୍କ୍ ସହ ସଂଯୁକ୍ତ ନାହିଁ। ବିଦେଶରେ ଇଭିଏମ୍ ଘରୋଇ କମ୍ପାନି ତିଆରି କରୁଥିବା ବେଳେ ଭାରତରେ ଏହା ଏକ ରାଷ୍ଟ୍ରାୟତ୍ତ କମ୍ପାନି ତିଆରି କରୁଛି। ବାହାରେ ଇଭିଏମରେ ଭୋଟ ଦିଆଗଲା କି ନାହିଁ ତାହା ନିଶ୍ଚିତ କରିବାର ବ୍ୟବସ୍ଥା ନଥିଲା, କିନ୍ତୁ ଭାରତରେ ଏହା ଭିଭିପାଟ ମାଧ୍ୟମରେ ନିଶ୍ଚିତ ହୋଇଥାଏ । ଏସବୁ କାରଣରୁ ସେଠାକାର ଇଭିଏମ ଓ ଆମ ଇଭିଏମ ମଧ୍ଯରେ ଅନେକ ଫରକ ରହିଛି ବୋଲି କମିସନ ବୁଝାଇଦେଇଛନ୍ତି ।