ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଉଛି ବିଦେଶୀ ମଦର ଚାହିଦା । ୨୦୦୮ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁଥିରେ କେତେ ବୃଦ୍ଧି ପାଇଛି ସେନେଇ ବିଧାନସଭାରେ ଲିଖିତ ତଥ୍ୟ ଉପସ୍ଥାପନ କରିଛନ୍ତି ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା। ବିଗତ ୧୦ ବର୍ଷ ଧରି ରାଜ୍ୟରେ କେଉଁ ମଦରେ ଚାହିଦା ବୃଦ୍ଧି ବା ହ୍ରାସ ପାଇଛି ସେନେଇ ଅବକାରୀ ମନ୍ତ୍ରୀଙ୍କୁ ବିଧାନସଭାରେ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ନବ କିଶୋର ଦାସ । ଏନେଇ ଲିଖିତ ଉତ୍ତର ଉପସ୍ଥାପନ କରିଛନ୍ତି ବିଭାଗୀୟ ମନ୍ତ୍ରୀ ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟରେ ବୃଦ୍ଧି ପାଉଛି ବିଦେଶୀ ‘ମଦ’ର ଚାହିଦା । ୨୦୦୮ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ମଦରେ କେତେ ଚାହିଦା ବୃଦ୍ଧି ପାଇଛି ସେନେଇ ବିଧାନସଭାରେ ଲିଖିତ ତଥ୍ୟ ଉପସ୍ଥାପନ କରିଛନ୍ତି ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ।
ମଦ୍ୟପାନ ତଥା ନିଶା ଦ୍ରବ୍ୟ ବ୍ୟବହାରର ଭୟାବହତା ଏବଂ କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏପରିକି ଜିଲ୍ଲାସ୍ତରରେ ରାଲି, ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ, ପ୍ରଚାର ପତ୍ର ବିତରଣ ମାଧ୍ୟମରେ ଲୋକମାନଙ୍କୁ ଖାଦ୍ୟ ପାନର କୁପ୍ରଭାବ ବାବଦରେ ଅବଗତ କରାଯାଉଛି । ଯେଉଁଥି ପାଇଁ ୩ କୋଟି ୯୮ ଲକ୍ଷ ୯୫ ହଜାର ଟଙ୍କା ଯୋଗାଇ ଦିଆଯାଇଛି । କିନ୍ତୁ ମଦୁଆଙ୍କ ସଂଖ୍ୟା ହ୍ରାସ ହେବା ପରିବେର୍ତ୍ତ ବୃଦ୍ଧି ପାଉଛି ।
ମଦ ଏକ ଅବଗୁଣ ପଦାର୍ଥ ହୋଇଥିବାରୁ ଏହାର ଚାହିଦାକୁ ବୃଦ୍ଧି କରିବା ସରକାରଙ୍କ ଲକ୍ଷ୍ୟ ନୁହେଁ । ଅନୁସୂଚିତ ଅଞ୍ଚଳ ମାନଙ୍କରେ ମଦର ପ୍ରସାର ରୋକିବା ପାଇଁ ପଞ୍ଚାୟତ ଏକ୍ସଟେନସନ ଆକ୍ଟ ୧୯୯୬କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏବଂ ଗ୍ରାମସଭାରେ ଆପତ୍ତି ଥିଲେ କୌଣସି ପରସ୍ଥିତିରେ ଦୋକାନ ଗୁଡ଼ିକର ନବୀକରଣ କରାଯାଉ ନାହିଁ ବୋଲି ସ୍ପଷ୍ଟିକରଣ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।