ମାତ୍ର ୧୦୯୫ ଟଙ୍କାରେ ଗ୍ରାହକଙ୍କୁ ମିଳିବ ଜିଓ ଫୋନ୍ ଓ ମାଗଣା ୬ମାସ ପର୍ଯ୍ୟନ୍ତ କଲିଂ ସୁବିଧା, ଏମିତି ଉଠାନ୍ତୁ ଫାଇଦା
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କୁ ଏକ ଜବରଦସ୍ତ ଅଫର ଦେବାକୁ ଯାଉଛି। ଏହି ଅଫର ଜରିଆରେ ଗୋଟିଏ ଜିଓ ଫୋନ୍ ଓ ୬ମାସ ପର୍ଯ୍ୟନ୍ତ ମାଗଣା କଲିଂ ସୁବିଧା ମାତ୍ର ୧୦୯୫ ଟଙ୍କାରେ ପାଇ ପାରିବେ ଗ୍ରାହକ। ରିଲାଏନ୍ସ ଜିଓ ଏହି ସୁବିଧା ଜିଓ ଫୋନ୍ ନ୍ୟୁ ଇୟର ଅଫର ଜରିଆରେ ଦେଉଛି। ଏହି ଅଫର ଜରିଆରେ ଉପଭୋକ୍ତା ୫୦୧ ଟଙ୍କାରେ ଗୋଟିଏ ଜିଓଫୋନ୍ ଓ ୯୯ଟଙ୍କାରେ ଡାଟା ଭାଉଚର ଓ ୬ମାସ ପର୍ଯ୍ୟନ୍ତ କଲିଂ ସୁବିଧାର ଫାଇଦା ଉଠାଇ ପାରିବେ। ତେବେ ଏହି ଅଫର ‘ଜିଓ ଫୋନ୍ ମନସୁନ୍ ହଙ୍ଗାମା ଅଫର’ ଜରିଆରେ ଲାଗୁ ହୋଇପାରେ। ଜିଓ ଫୋନ୍ ମନସୁନ୍ ହଙ୍ଗାମା ଅଫର ନିକଟରେ ଲଞ୍ଚ ହୋଇଥିଲା। ଏହି ଅଫର ଜରିଆରେ ଉପଭୋକ୍ତା ନିଜର ପୁରୁଣା ଚାଲୁ ଫୋନ୍ ଦେଇ କେବଳ ୫୦୧ ଟଙ୍କାରେ ନୂଆ ଜିଓ ଫୋନ୍ ପାଇ ପାରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଜିଓ ଫୋନ୍ ନ୍ୟୁ ଇୟର ଅଫରର ଫାଇଦା ଉଠାଇବା ପାଇଁ ଉପଭୋକ୍ତାଙ୍କୁ ସର୍ବପ୍ରଥମେ କମ୍ପାନିର ଅଧିକାରିକ େଓ୍ଵବସାଇଟରେ ଯାଇ ଜିଓ ଫେଷ୍ଟିବ୍ ଗିପ୍ଟ କାର୍ଡ, ୧୦୯୫ ଟଙ୍କାରେ କିଣିବାକୁ ପଡ଼ିବ। ଏହି ଗିଫ୍ଟକାର୍ଡକୁ କିଣିବା ପରେ କମ୍ପାନି ତରଫରୁ ଏହି କାର୍ଡ ଉପଭୋକ୍ତାଙ୍କ ଘରେ ଯାଇ ପହଞ୍ଚିଯିବ। ଉପଭୋକ୍ତାଙ୍କ ଘରେ ଯେତେବେଳେ ଏହି କାର୍ଡ ପହଞ୍ଚିବ, ଜିଓ ଷ୍ଟୋର୍ସକୁ ଯାଇ ଏହାକୁ ଦେବାକୁ ପଡ଼ିବ। କାର୍ଡ ଦେବା ପରେ କମ୍ପାନିର ପ୍ରତିନିଧି ଏକ୍ସଚେଞ୍ଜ ଅଫରରେ ଦିଆଯାଉଥିବା ଫୋନ୍ ଓ ଚାର୍ଜର ଅବସ୍ଥା ଯାଞ୍ଚ କରିବେ। ଏହାପରେ ଉପଭୋକ୍ତାଙ୍କୁ ନୂଆ ଜିଓ ଫୋନ୍ ଓ ସିମ୍ ମିଳିବ। ଜିଓର ଏହି ଗିଫ୍ଟ କାର୍ଡ ୧୨ ମାସର ଭେଲିଡିଟି ସହିତ ଆସିବ।