ବେଙ୍ଗାଲୁର: ବାୟୁସେନାର ଏକ ଲଢ଼ୁଆ ଯୁଦ୍ଧ ବିମାନ ମିରେଜ-୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବାୟୁସେନାର ୨ ଜଣ ପାଇଲଟଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ବେଙ୍ଗାଲୁରୁସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ( ହାଲ) ବିମାନ ବନ୍ଦର ନିକଟରେ ଆଜି ସକାଳେ ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ମିରେଜ୍ ୨୦୦୦ ଟେନ୍ର ଲଢ଼ୁଆ ଯୁଦ୍ଧ ବିମାନ ହାଲରେ ଅପଗ୍ରେଡ୍ କରାଯାଇଛି। ଏହି ଲଢ଼ୁଆ ଯୁଦ୍ଧ ବିମାନର ଆଜି ପରୀକ୍ଷାମୂଳକ ଭାବେ ଉଡ଼ାଣ କରାଯାଉଥିଲା। ତେବେ ହଠାତ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଉଭୟ ପାଇଲଟ୍ ଏଥିରୁ ବେଲ ଆଉଟ୍ କରି ଯାଇଥିଲେ। ମାତ୍ର ଦୁର୍ଭାଗ୍ୟକୁ ଜଣେ ପାଇଳଟ୍ ଜଳୁଥିବା ବିମାନ ଉପରେ ଖସିପଡ଼ିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ପାଇଲଟଙ୍କର ଅସ୍ତ୍ରୋପଚାର ସମୟରେ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ ଯେ ମିରେଜ୍ ୨୦୦୦ ହେଉଛି ପ୍ରାନ୍ସର ଡାସଲ୍ଟ ଆଭିଏସନ୍ ଦ୍ୱାରା ସିଙ୍ଗଲ ଇଞ୍ଜିନ ଫୋର୍ଥ ଜେନେରେସନ ଲଢ଼ୁଆ ବିମାନ।