ନୂଆଦିଲ୍ଲୀ: କୌଣସି ବିଶ୍ବସ୍ତରୀୟ ମୋଟରସାଇକେଲ୍ ଚାଳନା ପ୍ରତିଯୋଗିତାର ପ୍ରଥମ ତିନି ସ୍ଥାନ ଅଧିକାର କରିବାରେ ବେଙ୍ଗାଲୁରୁର ୨୩ ବର୍ଷୀୟା ରେସର ଐଶ୍ବର୍ଯ୍ୟା ପିସି ପ୍ରଥମ ଭାରତୀୟ ହୋଇଛନ୍ତି। ହଙ୍ଗେରିର ଭର୍ପାଲୋଟାରେ ଆୟୋଜିତ ଏଫଆଇଏମ୍ ବିଶ୍ବକପ୍ର କନିଷ୍ଠ ବର୍ଗରେ ଐଶ୍ବର୍ଯ୍ୟା ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ଦୁବାଇରେ ଏହି ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟରେ ସେ ବିଜୟିନୀ ହୋଇଥିଲେ। ଅନ୍ୟପକ୍ଷରେ ପର୍ତୁଗାଲରେ ତୃତୀୟ, ସ୍ପେନରେ ପଞ୍ଚମ ଓ ହଙ୍ଗେରିରେ ଚତୁର୍ଥ ସ୍ଥାନରେ ରହିଥିଲେ। ଐଶ୍ବର୍ଯ୍ୟା ୪୬ ପଏଣ୍ଟ୍ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ଚିଲିର ଟୋମାସ୍ ଡି’ଗାଭାର୍ଡୋ ୬୦ ପଏଣ୍ଟ୍ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କର ଏହି ସଫଳତାରେ ଭାରତୀୟ ମୋଟରସାଇକେଲ୍ ଚାଳନା ଦୁନିଆରେ ଖୁସିର ଲହରି ଖେଳି ଯାଇଛି।