ଭୁବନେଶ୍ବର: କରୋନାରେ ପୁଣି ୧୫ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟରେ ଆଜି ଯେଉଁ ୧୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ ଖୋର୍ଦ୍ଧା ଓ କଟକରୁ ୩ ଜଣ ଲେଖାଏଁ , କେନ୍ଦ୍ରାପଡ଼ାରୁ୨ ଜଣ ଲେଖାଏଁ ଥିବା ବେଳେ କୋରାପୁଟ, ମାଲକାନଗିରି, ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ଜଗତସିଂହପୁର ଓ ବୌଦ୍ଧରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା ଜଣାଯାଇଛି। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।
13. A 55 year old female of Koraput district.
14. A 65 year old male of Malkangiri district who was also suffering from Diabetes.
15. A 73 year old female of Sambalpur district who was also suffering from Diabetes.
— H & FW Dept Odisha (@HFWOdisha) October 4, 2020
ଖୋର୍ଦ୍ଧାରୁ ଯେଉଁ ୩ ମୃତକ ଅଛନ୍ତି, ସେମାନଙ୍କ ଭିତରେ ୭୪ ଓ ୬୩ ବର୍ଷ ବୟସ୍କ ପୁରୁଷ ଓ ଜଣେ ୪୭ ବର୍ଷ ବୟସ୍କା ମହିଳା ଅଛନ୍ତି। କଟକରୁ ଯେଉଁ ୩ ମୃତକ ଅଛନ୍ତି, ସେମାନଙ୍କ ଭିତରେ ୬୦ ଓ ୭୦ ବର୍ଷ ବୟସ୍କ ପୁରୁଷ ଓ ଜଣେ ୬୦ ବର୍ଷ ବୟସ୍କା ମହିଳା ଅଛନ୍ତି। କୋରାପୁଟ, ସମ୍ବଲପୁର ଓ କେନ୍ଦୁଝରରୁ ଯେଉଁ ଜଣେ ଲେଖାଏଁ ମହିଳା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି, ସେମାନଙ୍କର ବୟସ ଯଥାକ୍ରମେ ୫୫, ୭୩ ଓ ୬୫ ବର୍ଷ। ଅପରପକ୍ଷରେ ଯେଉଁ ମାଲକାନଗିରି, ଢେଙ୍କାନାଳ, ଜଗତସିଂହପୁର ଓ ବୌଦ୍ଧରୁ ଜଣେ ଲେଖାଏଁ ପୁରୁଷ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି, ସେମାନଙ୍କର ବୟସ ଯଥାକ୍ରମେ ୬୫, ୭୦, ୪୮ ଓ ୭୧ ବର୍ଷ।
ଏବେ ରାଜ୍ୟରେ ମୋଟ୍ ୧,୯୮,୧୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩,୫୫୯ ରହିଛି।