କିଏ ହେବ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ? ଜାଣନ୍ତୁ ଆମେରିକା ରାଷ୍ଟ୍ରପତି ନିର୍ବାଚନର କିଛି ରୋଚକ କଥା

ୱାଶିଂଟନ: ବିଶ୍ୱରେ ସର୍ବବୃହତ ବିକାଶଶୀଳ ରାଷ୍ଟ୍ର ଆମେରିକାରରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ନେଇ ଏବେ ସାରା ବିଶ୍ୱବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । କିଏ ହେବ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ? ଜୋ ବାଇଡେନ ନା ଡୋନାଲ୍ଡ ଟ୍ରମ୍ପ । ଏ ନେଇ ଫଳାଫଳ ଶେଷ ପର୍ଯ୍ୟାୟରେ ପହଂଚିଥିଲେ ବି ବିଧିବଦ୍ଧ ଭାବେ ଘୋଷଣା ବାକି ରହିଛି । ହେଲେ ଆମେରିକାର ରାଷ୍ଟ୍ରପତି ଇତିହାସକୁ ଦେଖିଲେ ୧୭୮୯ ମସିହାରୁ ଏଠାରେ ରାଷ୍ଟ୍ରପତି ନିର୍ବାଚନ ଆରମ୍ଭ ହୋଇଥିଲା । ୧୭୮୯ରୁ ଏପର୍ଯ୍ୟନ୍ତ ଆମେରିକାରେ ମୋଟ ୪୫ ଜଣ ରାଷ୍ଟ୍ରପତି   ନିର୍ବାଚିତ ହୋଇ ସାରିଛନ୍ତି । କୌତୂହଳର କଥା ହେଉଛି ଯେ ଏହି ୪୫ ଜଣଙ୍କ ମଧ୍ୟରୁ ଦ୍ୱିତୀୟ ଥର ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ୧୦ ଜଣ ପରାଜୟ ସ୍ୱୀକାର କରିଛନ୍ତି । ଅବଶ୍ୟ ସେମାନଙ୍କ ଭିତରୁ ଜଣେ ରାଷ୍ଟ୍ରପତି ବେଞ୍ଜାମିନ ହାରିସନ୍ ଦ୍ୱିତୀୟ ଥର ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ତୃତୀୟ ଥର ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ, ଯାହାକି ଆମେରିକା ରାଷ୍ଟ୍ରପତି ନିର୍ବାଚନ ଇତିହାସରେ ଏକ ବିରଳ ଘଟଣା । ଅନ୍ୟପଟେ ୨ ଜଣ ରାଷ୍ଟ୍ରପତି କ୍ଷମତାରେ ଥିବା ବେଳେ ହତ୍ୟାର ଶିକାର ହୋଇଥିଲେ । ସେମାନେ ହେଲେ ଆବ୍ରାହମ୍ ଲିଙ୍କନ ଓ ୱିଲିୟମ୍‌ ମ୍ୟାକ୍ କିନ୍‌ଲେ।

ଆମେରିକା ରାଷ୍ଟ୍ରପତି ଇତିହାସରେ ଆଉ ଏକ ବିରଳ ଘଟଣା ହେଉଛି ସାମ୍ବିଧାନିକ ବ୍ୟବସ୍ଥାରେ ଆମେରିକାରେ ଜଣେ ବ୍ୟକ୍ତି ୨ ଥର ରାଷ୍ଟ୍ରପତି ହୋଇପାରିବ । ହେଲେ ଏହି ଆଇନ ଜର୍ଜ ୱାଶିଂଟନ ଏକ ଅଲିଖିତ ପ୍ରଥା ଭାବେ ଆରମ୍ଭ କରିଥିଲେ । ଜାଣିରଖନ୍ତୁ ଯେ ଜଣେ ମାତ୍ର ୪ ଥର ରାଷ୍ଟ୍ରପତି ହୋଇଥିଲେ ଓ ଚତୁର୍ଥ ଥର ରାଷ୍ଟ୍ରପତି ଥିବା ବେଳେ ମୃତ୍ୟୁବରଣ କରିଥିଲେ । ସେ ହେଉଛନ୍ତି ଫ୍ରାଙ୍କ୍‌ଲିନ୍‌ ଡି ରୁଜଭେଲ୍ଟ ( ୧୯୩୩-୧୯୪୫) । ତେବେ ୧୯୫୧ ମସିହାରେ ୨୨ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ କେହି ବି ୨ ଥରରୁ ଅଧିକ ଥର ରାଷ୍ଟ୍ରପତି ହୋଇ ନ ପାରିବା କଟକଣା ଲାଗୁ କରାଯାଇଥିଲା ।

ଏବେ ଜାଣିବା କେଉଁ ୧୦ ଜଣ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢ଼ି ପରାଜିତ ହୋଇଛନ୍ତି । ସେମାନେ ହେଲେ ଜନ୍ ଆଡମ୍ସ, ଜନ କ୍ୱିନ୍‌ସି ଆଡାମସ, ମାର୍ଟିନ ଭ୍ୟାନ୍‌ ବୁରେନ୍, ବେଞ୍ଜାମିନ ହାରିସନ୍, ଉଲିୟମ ହାୱାର୍ଡ ଟାଫ୍‌ଟ, ହବର୍ଟ ହୁଭର, ଜେ ଫୋର୍ଡ, ଜିମି କାର୍ଟର, ଜର୍ଜ ଡବ୍ଲୁ ବୁଶ୍।  ଏଠାରେ କହିରଖୁଛୁ, ରିଚାର୍ଡ ନିକସନ ୱାଟରଗେଟ୍ ମାମଲାରେ ଇସ୍ତଫା ଦେବା ପରେ ଉପରାଷ୍ଟ୍ରପତି ଥିବା ଫୋର୍ଡ ରାଷ୍ଟ୍ରପତି ହୋଇଥିଲେ । କିନ୍ତୁ ଦ୍ୱିତୀୟଥର ନିର୍ବାଚନ ଲଢ଼ି ସେ ହାରିଥିଲେ । ଏଥର ଯଦି ଡୋନାଲ୍ଡ ଟ୍ରମ୍ପ୍ ନିର୍ବାଚନ ହାରନ୍ତି ତେବେ ସେ ୧୧ ତମ ରାଷ୍ଟ୍ରପତି ହେବେ ଯିଏକି ଦ୍ୱିତୀୟ ଥର ନିର୍ବାଚନ ଲଢ଼ି ପରାଜିତ ହୋଇଛନ୍ତି ।

ସମ୍ବନ୍ଧିତ ଖବର