ଶ୍ରୀନଗର: ଆଜି ଅପରାହ୍ଣରେ ଉତ୍ତର କଶ୍ମୀରର ବନ୍ଦୀପୋରା ଜିଲ୍ଲାର ତୁଲୈଲ୍ ଅଞ୍ଚଳ ଅନ୍ତର୍ଗତ ଗୁରେଜ୍ରେ ଗୋଟାଏ ସେନା ହେଲିକପ୍ଟର୍ ଦୁର୍ଘଟଣାଗ୍ରସ୍ତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ଗୁରେଜ୍ ଉପତ୍ୟକାର ଗୁଜରନ ନାଳ ଅଞ୍ଚଳରେ ସେନା ହେଲିକପ୍ଟର୍ଟି ଦୁର୍ଘଟଣା ହେବା ପରେ ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି।
କିନ୍ତୁ, ସେଥିରେ ଥିବା ପାଇଲଟ୍ ଏବଂ ସହକାରୀ ପାଇଲଟ୍ଙ୍କ ଅବସ୍ଥା ବିଷୟରେ ଅନିଶ୍ଚିତ ଥିବା କଥା ସେମାନେ କହିଛନ୍ତି। ମନେହୁଏ, ପାଇଲଟ୍ ଏବଂ ସହକାରୀ ପାଇଲଟ୍ ନିରାପଦରେ ବାହାରି ଯାଇଥିବେ, କିନ୍ତୁ, ସରକାରୀ ଅଧିକାରୀମାନେ ସେ ସଂକ୍ରାନ୍ତରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହାନ୍ତି।