ମୁରିବାହାଲ: ଆର୍ଥିକ ଅନିୟମିତତା ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ପେକ୍ସର ସମ୍ପାଦକ ରମାରଞ୍ଜନ ବଘାରଙ୍କୁ ନିଲମ୍ବନ କରାଯାଇଛି। ଶ୍ରୀ ବଘାର ମୁରିବାହାଲ ପେକ୍ସ ସଂପାଦକ ସହିତ ସମେତ ପତ୍ରାପାଲି ପେକ୍ସର ଅତିରିକ୍ତ ଦାୟିତ୍ବରେ ଥିଲେ। ଏହି ସମୟରେ ତାଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏନେଇ ଟିଟିଲାଗଡ଼ ଏଆର୍ସିଏସ୍ ଗତ ୭ ତାରିଖ ଦିନ କାରଣଦର୍ଶାଅ ନୋଟିସ ଜାରି କରିଥିଲେ। କିନ୍ତୁ ଶ୍ରୀ ବଘାର ଏହାର କୌଣସି ଉତ୍ତର ଦେଇ ନଥିଲେ। ଫଳରେ କାର୍ଯ୍ୟରେ ଗୁରୁତର ଅବହେଳା ଓ ଉପରିସ୍ଥ ଅଧିକାରୀଙ୍କୁ ଅବମାନନା ଆଦି ନେଇ ତାଙ୍କୁ ଏଆର୍ସିଏସ୍ ଗତ ୨୦ ତାରିଖ ଦିନ ନିଲମ୍ବନ କରିଛନ୍ତି। ନିଲମ୍ବନ ସମୟରେ ସେ ମୁରିବାହାଲ ବିଡିସିସି ବ୍ୟାଙ୍କରେ ପ୍ରତିଦିନ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। ଏହା ସହିତ ପେକ୍ସର ସମସ୍ତ ଦାୟିତ୍ୱ ପତ୍ରାପାଲି ପେକ୍ସର ମୁଖ୍ୟ ନିର୍ବାହୀ ତଥା ସମ୍ପାଦକ ସତ୍ୟନାରାୟଣ ନାଗଙ୍କୁ ତୁରନ୍ତ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।