ଆମେରିକା ଗୁପ୍ତଚରଙ୍କୁ ବାଇଡେନଙ୍କ ଚେତାବନୀ: ୟୁକ୍ରେନ୍‌ ସମ୍ବନ୍ଧୀୟ ତଥ୍ୟ ଲିକ୍‌ ନେଇ ଉଦ୍‌ବେଗ

ୱାସିଂଟନ : ୟୁକ୍ରେନ୍ ସମ୍ବନ୍ଧୀୟ ଗୁପ୍ତ ଗୁଇନ୍ଦା ତଥ୍ୟ ଲିକ୍ ହେଉଥିବା ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶୁକ୍ରବାର ସେ ଦେଶର ଗୁଇନ୍ଦା ଅଧିକାରୀମାନଙ୍କୁ ଚେତାବନୀ ଦେଇ ଏ ସମ୍ବନ୍ଧୀୟ ତଥ୍ୟ ଯେପରି ଲିକ୍ ନ ‌ହୁଏ ସେ ଦିଗରେ ସତର୍କ ରହିବାକୁ ଆଦେଶ ଦେଇଛନ୍ତି। ସିଆଇଏ ନିର୍ଦ୍ଦେଶକ ୱିଲିୟମ୍ ବର୍ଣ୍ଣସ, ନ୍ୟାସନାଲ ଇଣ୍ଟଲିଜେନ୍ସ ଆଭ୍ରିଲ ହେନ୍ସର ନିର୍ଦ୍ଦେଶକ ଏବଂ ପ୍ରତିରକ୍ଷା ସଚିବ (ମନ୍ତ୍ରୀ) ଲୟଡ ଅଷ୍ଟିନଙ୍କ ସହ ଏକ ବାର୍ତ୍ତାଳାପରେ ବାଇଡେନ ଚାପଗ୍ରସ୍ତ ପରିବେଶରେ କାମ କରୁଥିବା ଗୁଇନ୍ଦା ବାହିନୀକୁ ପ୍ରଶଂସା କରିଥିଲେ। କିନ୍ତୁ ତଥ୍ୟ ଯେପରି ଲିକ୍ ନ ହୁଏ ସେ ଦିଗରେ ଯତ୍ନଶୀଳ ରହିବାକୁ ପରାମର୍ଶ ଦେଇଥିଲେ କାରଣ ଏହା ଅତ୍ୟନ୍ତ କୁଫଳଦାୟୀ ହୋଇପାରେ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଜାତିସଂଘରେ ମଧ୍ୟ ରୁଷ୍‌ ବିରୋଧରେ ଆମେରିକାର ରଣନୀତି ଯେଭଳି ସଫଳ ହେବା କଥା ତାହା ହେଉନାହିଁ। ରୁଷ୍‌କୁ ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ପଦରୁ ହଟାଇବା ସହଜ ନୁହେଁ ବୋଲି ଆମେରିକା ସ୍ବୀକାର କରିଛି।

ସମ୍ବନ୍ଧିତ ଖବର