ପୋଖରୀରେ ବୁଡ଼ି ତୀର୍ଥଯାତ୍ରୀଙ୍କ ନାବାଳକ ପୁତ୍ର ମୃତ
ଘଟଗାଁ : ଘଟଗାଁର ଆରାଧ୍ୟ ଦେବୀ ମା’ ତାରିଣୀଙ୍କ ଦର୍ଶନରେ ଆସିଥିବା କୋରାପୁଟ ଜିଲ୍ଲା କାମତା ଅଞ୍ଚଳର ଅଜିତ କୁମାର ଭଟ ତାଙ୍କ ୧୨ ବର୍ଷର ପୁଅ ଧୀରେନ କୁମାର ଭଟଙ୍କୁ ହରାଇଛନ୍ତି। ପୁଅ ପୋଖରୀରେ ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ଅଥଳ ଜଳରେ ବୁଡ଼ି ଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ତୀର୍ଥଯାତ୍ରୀମାନେ ଆଜି ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ଘଟଗାଁ ପେଟ୍ରୋଲ ପମ୍ପ ନିକଟ ରାଜବନ୍ଧ ପୋଖରୀରେ ଗାଧୋଉଥିବା ବେଳେ ଧୀରେନଙ୍କ ଗୋଡ଼ ଖସିଯାଇଥିଲା। ବହୁ ଖୋଜା ଖୋଜି ପରେ ତାଙ୍କର କୌଣସି ସନ୍ଧାନ ମିଳି ନଥିଲା। ପରେ ଘଟଗାଁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀରୁ ଧୀରେନଙ୍କୁ ଉଦ୍ଧାର କରି ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି।