ଭୁବନେଶ୍ୱର: ନବେ ଦଶକରେ ଓଲିଉଡର ସବୁଠାରୁ ଲୋକପ୍ରିୟ ନାୟିକା ଥିଲେ ରଚନା ବାନାର୍ଜୀ । ରଚନା ପ୍ରଖ୍ୟାତ ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ ସାଗର ଗଙ୍ଗା’ ଜରିଆରେ ଓଲିଉଡ୍ରେ ପ୍ରବେଶ କରିଥିଲେ । ତେବେ ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ‘ଭାଇ ହେଲା ଭଗାରୀ’ ରେ ସିଦ୍ଧାନ୍ତ ମହାପାତ୍ରଙ୍କ ଅପୋଜିଟ୍ ରେ ହିରୋଇନ୍ ହେବା ପରେ ଓଲିଉଡରେ ଷ୍ଟାର୍ ବନିଥିଲେ ରଚନା ବାନାର୍ଜୀ । ଏହାପରେ ସେ ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ ଓ ସୂରଜ କୁମାର ପ୍ରମୁଖଙ୍କ ସହିତ ଅନସ୍କ୍ରିନ୍ ରୋମାନ୍ସ କରିଛନ୍ତି । ତେବେ ଆପଣ ଜାଣନ୍ତିକି ରଚନା ଏଭଳି ଏକ ସିନେମାରେ ଅଭିନୟ କରିଥିଲେ, ଯେଉଁଥିରେ ତାଙ୍କୁ ମିଳିଥିଲା ଦ୍ୱୈତ ଭୂମିକା । ଏଥିରେ ତାଙ୍କ ବିପକ୍ଷରେ ମଧ୍ୟ ଥିଲେ ଦୁଇ ଜଣ ନାୟକ ।
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ଯେଉଁ ସିନେମା କଥା କୁହାଯାଉଛି, ତାହା ହେଲା ଶିବ ପ୍ରସାଦ ଲେଙ୍କାଙ୍କ ପ୍ରଯୋଜିତ ତଥା ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ ଗଙ୍ଗା ଯମୁନା ’ । ଏଥିରେ ରଚନା ହିଁ ବନିଥିଲେ ଉଭୟ ଗଙ୍ଗା ଏବଂ ଯମୁନା । ଆଉ ଏଥିରୁ ଗୋଟିଏ ଭୂମିକାରେ ରଚନା ସିଦ୍ଧାନ୍ତଙ୍କ ସହିତ ରୋମାନ୍ସ କରିଥିବା ବେଳେ ଆର ଭୂମିକାରେ ତାଙ୍କୁ ମିହିର ଦାସଙ୍କ ସାଥ୍ ମିଳିଥିଲା । ସେହି ସିନେମାରେ ଉଭୟେ ସିଦ୍ଧାନ୍ତ ରଚନା ଯୋଡ଼ି ଓ ମିହିର-ରଚନା ଯୋଡ଼ିଙ୍କ ଉପରେ ଗୀତ ପିକ୍ଚରାଇଜ୍ ହୋଇଥିଲା । କହିବା ବାହୁଲ୍ୟଯେ ‘ଗଙ୍ଗା ଯମୁୁନା ’ ବକ୍ସ ଅଫିସରେ ହିଟ୍ ହୋଇଥିଲା ଓ ଉଭୟ ଯୋଡ଼ିକୁ ବି ଦର୍ଶକ ପସନ୍ଦ କରିଥିଲେ । ୧୯୯୭ରେ ରିଲିଜ୍ ହୋଇଥିବା ‘ଗଙ୍ଗା ଯମୁୁନା’ରେ ଅନ୍ୟମାନଙ୍କ ମଧ୍ୟରେ ହର ପଟ୍ଟନାୟକ,ଦେବୁ ବୋଷ, ରୁନୁ,ପ୍ରଦ୍ୟୁମ୍ନ ଲେଙ୍କା, ବାଙ୍କୁ ଏବଂ ବ୍ରଜ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ।