୨୦୭୫ରେ ଆମେରିକାକୁ ଟପିବ ଭାରତ: ଦ୍ବିତୀୟ ବଡ଼ ମହାଶକ୍ତି ହେବ

ନୂଆଦିଲ୍ଲୀ: କିଛି ଦଶଦ୍ଧି ମଧ୍ୟରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ି ଏକ ବୃହତ ମହାଶକ୍ତିରେ ପରିଣତ ହେବ। ଜାପାନ କିମ୍ବା ଜର୍ମାନି ନୁହେଁ, ଏହା ଆମେରିକାକୁ ଅତିକ୍ରମ କରିଯିବ। ୨୦୭୫ ସୁଦ୍ଧା ଭାରତ ବିଶ୍ବର ଦ୍ବିତୀୟ ବଡ଼ ମହାଶକ୍ତି ଭାବେ ଉଭା ହେବ ବୋଲି ଇନଭେଷ୍ଟ୍‌ମେଣ୍ଟ୍‌ ବ୍ୟାଙ୍କର ଗୋଲ୍ଡମ୍ୟାନ୍‌ ସଚ୍‌ସ ଏହାର ରିପୋର୍ଟରେ ଆକଳନ କରିଛି। ଭାରତ ଏବେ ବିଶ୍ବର ପଞ୍ଚମ ବଡ଼ ଆର୍ଥିକ ମହାଶକ୍ତି ହୋଇରହିଛି। ଏହା ଉପରେ ଜର୍ମାନି, ଜାପାନ, ଚୀନ୍‌ ଓ ଆମେରିକା ରହିଛନ୍ତି। ଆମେରିକା ଏବେ ଶୀର୍ଷ ସ୍ଥାନରେ ଥିବା ବେଳେ ସେହି ସ୍ଥାନ ପ୍ରତି ଚୀନ୍‌ ବିପଦ ସୃଷ୍ଟି କରିବ।

ଗୋଲ୍ଡମ୍ୟାନ୍‌ ସଚ୍‌ସ ଜଣାଇଛି ଯେ ବିଶ୍ବର ସବୁଠୁ ଜନବହୁଳ ରାଷ୍ଟ୍ର ଭାରତ ପାଇଁ ଏହାର ଜନସଂଖ୍ୟା ହିଁ ଅର୍ଥନୀତିକୁ ଆଗକୁ ବଢ଼ାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିବେ। ବର୍ତ୍ତମାନ ପ୍ରାୟ ୩.୭୫ ଲକ୍ଷ କୋଟି ଡଲାର ପାଖାପାଖିର ଅର୍ଥନୀତି ଥିବା ଭାରତ ୨୦୭୫ ବେଳକୁ ୫୨.୫ ଟ୍ରିଲିଅନ ଡଲାରରେ ଏକ ବିଶାଳ ଅର୍ଥନୀତିରେ ପରିଣତ ହେବ। ୫୭ ଟ୍ରିଲିଅନ ଡଳାର ଅର୍ଥନୀତି ସହ ଚୀନ୍ ଏକ ନମ୍ବର ସ୍ଥାନରେ ରହିଛି। ଆମେରିକା ଭାରତ ତଳେ ୫୧.୫ ଟ୍ରିଲିଅନ ଡଲାର ଅର୍ଥନୀତି ସହ ତୃତୀୟ ସ୍ଥାନରେ ରହିବ। ୨୦୧୪ରେ ଭାରତ ଅର୍ଥନୀତିର ଆକାର ୨ ଟ୍ରିଲିଅନ ଡଲାର ଥିଲା। ଏକ ଟ୍ରିଲିଅନ ହେଉଛି ଏକ ଲକ୍ଷ କୋଟି ସହ ସମାନ।

ଭାରତୀୟ ଅର୍ଥନୀତିର ବଡ଼ ଶକ୍ତି ସମ୍ପର୍କରେ ଆଲୋଚନା କରି ଗୋଲ୍ଡମ୍ୟାନ୍‌ ସଚ୍‌ସର ଭାରତ ଅର୍ଥନୀତିଜ୍ଞ ଶାନ୍ତନୁ ସେନଗୁପ୍ତା କହିଛନ୍ତି ଯେ ଭାରତରେ ପ୍ରତିଭାବାନ ଲୋକ, ଶ୍ରମ ଶକ୍ତି ଭାରତ ସପକ୍ଷରେ କାମ କରିବ। ଶିଶୁ ଓ ଅଧିକ ବୟସର ଲୋକଙ୍କ ମଧ୍ୟରେ ଅନୁପାତ ଭାରତରେ ଭଲ ସ୍ଥିତିରେ ରହିବ। ଆସନ୍ତା ୨୦ ବର୍ଷରେ ଭାରତର ନିର୍ଭରଶୀଳତା ହାର ଏହି ଅଞ୍ଚଳରେ ସବୁଠୁ କମ୍ ରହିବ ବୋଲି ସେ କହିଛନ୍ତି। ନିର୍ଭରଶୀଳତା ହାର କମିଲେ ପୁଞ୍ଜିନିବେଶ ବଢ଼ିବ, ଲୋକଙ୍କ ଆୟରେ ବୃଦ୍ଧି ହେବ ଏବଂ ସଞ୍ଚୟ ମଧ୍ୟ ବଢ଼ିବ। ବ୍ୟାଙ୍କ ଓ ଘରୋଇ କଂପାନିଗୁଡ଼ିକର ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ ବୋଲି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର