ହ୍ବାଟସ୍‌ଆପ୍‌ରେ ମେସେଜ୍‌ ଏଡିଟ୍‌ ସୁବିଧା

ନୂଆଦିଲ୍ଲୀ: ହ୍ବାଟସ୍‌ଆପ୍‌ରେ ମେସେଜ୍‌ ଏଡିଟ୍ କରିବା ସୁବିଧା ଆରମ୍ଭ କରାଯାଇଛି। ବିଶ୍ବର ବିଭିନ୍ନ ସ୍ଥାନରେ ଏହି ସୁବିଧା ମିଳିଥିବା ବେଳେ ଆସନ୍ତା ସପ୍ତାହରେ ଭାରତୀୟମାନେ ତାହାକୁ ବ୍ୟବହାର ଆରମ୍ଭ କରିବାର ସମ୍ଭାବନା ରହିଛି। ଏଡିଟ୍ ସୁବିଧା ହ୍ବାଟସ୍‌ଆପ୍‌ରେ ଉପଲବ୍ଧ ହୋଇଛି ବୋଲି ମେଟାର ମୁଖ୍ୟ ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି। ‌ମେସେଜ୍‌ ପଠାଇବାର ୧୫ ମିନିଟ୍ ଭିତରେ ତାହାକୁ ଏଡିଟ୍ କରିହେବ। ଯେଉଁ ମେସେଜ୍‌କୁ ଏଡିଟ୍ କରାଯିବ ତାହା ଏଡିଟ୍‌ ହୋଇଛି ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ରହିବ।

ସମ୍ବନ୍ଧିତ ଖବର