ମାର୍ଚ୍ଚ ପହିଲାରୁ କମିଛି ରିନଲ୍ଟ ଡଷ୍ଟର ମୂଲ୍ୟ, ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଂଚୟର ସୁଯୋଗ

ନୂଆଦିଲ୍ଲୀ: ରେନଲ୍ଟ ପକ୍ଷରୁ ଭାରତରେ ମାଇଁ୧୮ଡଷ୍ଟର ରେଞ୍ଜର ନୂତନ ମୂଲ୍ୟ ଘୋଷଣା କରିଛି। ଏହାର ପେଟ୍ରୋଲ ଭ୍ୟାରିଆଣ୍ଟର ମୂଲ୍ୟ ୭.୯୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଥିବାବେଳେ ଡିଜେଲ୍‌ ଭ୍ୟାରିଆଣ୍ଟ ମୂଲ୍ୟ ୮.୯୫ ଲକ୍ଷ ଟଙ୍କା ରହିଛି। ଭାରତରେ ଏଭଳି ଏକ ବୃହତ୍‌ ଏସ୍‌ୟୁଭି ୧୦ ଲକ୍ଷ ଟଙ୍କାରୁ କମ୍‌ ମୂଲ୍ୟରେ ଉପଲବ୍ଧ ହେଉଛି। ଏହାର ବିଭିନ୍ନ ରେଞ୍ଜ୍‌ ମଧ୍ୟରେ ଡିଜେଲ୍‌ ମାନୁଆଲ୍‌, ଡିଜେଲ୍‌ ଏଏମ୍‌ଟି, ଡିଜେଲ୍‌ ଏଡବ୍ଲ୍ୟୁଡି, ପେଟ୍ରୋଲ୍‌ ମାନୁଆଲ୍‌, ପେଟ୍ରୋଲ୍‌ ସିଭିଟି ଆଦି ରହିଛି। ଏହି ନୂତନ ମୂଲ୍ୟ ମାର୍ଚ୍ଚ ୧ ତାରିଖରୁ ଲାଗୁ ହୋଇଛି । ଏହା ଦ୍ୱାରା ଗ୍ରାହକ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଂଚୟ କରିବାକୁ ସକ୍ଷମ ହେବେ । ଏହାର ପେଟ୍ରୋଲ ଭ୍ୟାରିଆଣ୍ଟରେ ଆରଏକ୍ସଇ, ଆରଏକ୍ସଏଲ୍‌, ଆର୍‌ଏକ୍ସଏସ୍‌ ସିଭିଟି ପ୍ରଭୃତି ରହିଛି। ଏସବୁର ମୂଲ୍ୟ ଯଥାକ୍ରମେ ୭,୯୫,୦୦୦ଟଙ୍କା, ୮,୭୯, ୦୦୦ଟଙ୍କା, ୯,୯୫,୦୦୦ଟଙ୍କା ରହିଛି । ସେହିପରି ଏହାର ଡିଜେଲ୍‌ ଭ୍ୟାରିଆଣ୍ଟରେ ଏସଟିଡି ୮୫ ପିଏସ୍‌, ଆର୍‌ଏକ୍ସଇ ୮୫ ପିଏସ୍‌, ଆର୍‌ଏକ୍ସଏସ୍‌ ୮୫ ପିଏସ୍‌, ଆର୍‌ଏକ୍ସଜେଡ୍‌ ୮୫ ପିଏସ୍‌,୍‌ ଆର୍‌ ଏକ୍ସ୍‌ଜେଡ୍‌ ୧୧୦ ପିଏସ୍‌, ଆର୍‌ ଏକ୍ସ୍‌ଜେଡ୍‌ ୧୧୦ ପିଏସ୍‌ ଏଟିଏମ୍‌ ଏବଂ ଆର୍‌ଏକ୍ସ ଜେଡ୍‌ ୧୧୦ ପିଏସ୍‌ ଏଡବ୍ଲ୍ୟୁଡି ପ୍ରଭୃତିର ଭ୍ୟାରିଆଣ୍ଟର ମୂଲ୍ୟ ଯଥାକ୍ରମେ ୮,୯୫,୦୦୦ ଟଙ୍କା, ୯୦୯,୦୦୦ ଟଙ୍କା, ୯୯୫,୦୦୦ ଟଙ୍କା, ୧୦,୮୯,୦୦୦ ଟଙ୍କା, ୧୧,୭୯,୦୦୦ ଟଙ୍କା, ୧୨,୩୩,୦୦ ଟଙ୍କା, ୧୨,୭୯,୦୦୦ ଟଙ୍କା ରହିଛି। ଏହି ଅବସରରେ ରେନଲ୍ଟ ଇଣ୍ଡିଆ ଅପରେସନର କଣ୍ଟ୍ରି ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ସୁମିତ୍‌ ସାହ୍ଵନେ କହିଲେ, ‘ରେନାଲ୍ଟର କ୍ୱିଡ୍‌ ଏହାର ବଜାର ପ୍ରବେଶ ପରେ ପ୍ରାୟ ୯୮ ପ୍ରତିଶତ ସଫଳତା ହାସଲ କରିବାକୁ ସକ୍ଷମ ହୋଇଛି। ଆମେ ନୂଆ ଡଷ୍ଟରର ନୂତନ ମୂଲ୍ୟ ମାଧ୍ୟମରେ ଗ୍ରାହକଙ୍କୁ ଲାଭାନ୍ଵିତ କରିବାର ପ୍ରୟାସ କରୁଛୁ। ଡଷ୍ଟରର ଷ୍ଟାଇଲିସ୍‌ ଲୁକ୍‌, ଅତୁଳନୀୟ ପ୍ରଦର୍ଶନ, ବାହାର ଡିଜାଇନିଂ ସହିତ ଏହାର ମୂଲ୍ୟ ଗ୍ରାହକଙ୍କୁ ବିଶେଷ ପସନ୍ଦ ଆସିବ ।

ସମ୍ବନ୍ଧିତ ଖବର