ପାତ୍ରପଡ଼ା: ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଫାଙ୍କା ଗୁଳିଚାଳନା ସହ ଗାଡ଼ି ଭିତରେ ବୋମା ବିସ୍ଫୋରଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡ଼ା ଗ୍ରାମରେ ବୁଧବାର ରାତି ପ୍ରାୟ ୯ଟା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହେବା ସହିତ ଫାଙ୍କା ଗୁଳିଚାଳନା ହୋଇଥିଲା।

ସୂଚନାଯୋଗ୍ୟ, ପାତ୍ରପଡ଼ାର ତାଳମଣ୍ଡଳି ସାହି, ଚାକୁଣ୍ଡା ମୁଣ୍ଡା ସାହି ଏବଂ ବସ୍‌ଷ୍ଟାଣ୍ଡ ଛକର ଯୁବକ ସହିତ ପୂର୍ବ ବ୍ୟବସାୟିକ ଶତୃତାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳ ପରିଶେଷରେ ଉଗ୍ର ରୂପ ନେଇଥିଲା। ଏହି ଗଣ୍ଡଗୋଳ କରିବା ପାଇଁ ହଣ୍ଡପା ଥାନା ଅଞ୍ଚଳରୁ କିଛି ଯୁବକ ଏକ ବଲେରୋ ଗାଡ଼ିରେ ଆସିଥିଲେ। ଗାଡ଼ି ବସ୍‌ଷ୍ଟାଣ୍ଡ ଛକରେ ଛିଡା ହୋଇଥିବା ବେଳେ ହଠାତ ବହୁତ ବଡ଼ ଶବ୍ଦ ହେବା ସହ ସବୁ କାଚ ଗଳି ପଡ଼ିଥିଲା। ଗଣ୍ଡଗୋଳ କରିବା ପାଇଁ ଆସିଥିବା କିଛି ଯୁବକ ହାତରେ ବନ୍ଧୁକ ଧରି ରାସ୍ତାରେ ବୁଲିବା ସହିତ ଫାଙ୍କା ଗୁଳିଚାଳନା କରିଥିଲେ।

ଏ ନେଇ ଗ୍ରାମରେ ଉତ୍ତେଜନା ଦେଇଥିଲା। ଏନେଇ ଛେଣ୍ଡିପଦା ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ପାତ୍ରପଡ଼ାରେ ଲକ୍ଷ୍ମୀପୂଜା ଭଷାଣି ଚାଲିଥିବା ବେଳେ ଏକ ଗାଡ଼ି ଭିତରେ ବମଫୁଟି ଗାଡ଼ିର କାଚ ଫାଟି ଯାଇଥିଲା ଏବଂ ଏହି ଘଟଣାରେ ସଂପୃକ୍ତ ଥିବା ଡ୍ରାଇଭରକୁ ଲୋକମାନେ ଅଟକ ରଖିଥିବା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର