ବିଦ୍ୟୁତ ଆଘାତରେ ଦୁଇ ସ୍କୁଲ ଛାତ୍ର ଗୁରୁତର

ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ ସବିରା ହାଇସ୍କୁଲର ଦୁଇଜଣ ଛାତ୍ର ବିଦ୍ୟୁତ ଆଘାତରେ ଗୁରୁତର ଆହତ ହୋଇ ସୋର ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ସ୍କୁଲରେ ଖେଳ ଚାଲିଥିବା ବେଳେ ନବମ ଶ୍ରେଣୀର ପଢ଼ୁଥିବା ମାନରଞ୍ଜନ ପାଣିଗ୍ରାହୀ ଓ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ରତିକାନ୍ତ ପାଢ଼ୀ ଷ୍ଟିଲ ପାଇପରେ ଲାଗିଥିବା ପତାକାକୁ ଧରିଥିଲେ।

ପଡ଼ିଆ ନିକଟ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାରରେ ଉକ୍ତ ଷ୍ଟିଲ ପାଇପ୍ ଲାଗିଯିବାରୁ ଉଭୟ ଗୁରୁତର ଭାବେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ସ୍କୁଲ ଶିକ୍ଷକ ଓ ଅଭିଭାବକମାନେ ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର