ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ରେଜଲ୍ଟ: ଶ୍ରୁତିସୁଧା କଟକ ଟପ୍ପର

କଟକ: ପ୍ରକାଶ ପାଇଲା ଚଳିତ ବର୍ଷ ସିବିଏସଇ ଦ୍ୱାଦଶ ପରୀକ୍ଷା ରେଜଲ୍ଟ। କଟକର ଟପ୍ପର ହୋଇଛନ୍ତି ଗଣ୍ଡପୁର ସ୍ଥିତ ଏଲଆର ଡିଏଭିର ଛାତ୍ରୀ ଶ୍ରୁତିସୁଧା ଓଝା। ସେ ୯୮.୨ ପ୍ରତିଶତ ମାର୍କ ରଖିଛନ୍ତି| ଦ୍ୱାଦଶ ପରୀକ୍ଷା ସହ ଜେଇ ପରୀକ୍ଷା ପାଇ ସମସ୍ତ ପ୍ରସ୍ତୁତି କରୁଥିଲେ ସେ | ଦିନକୁ ପ୍ରାୟ 12 ଘଣ୍ଟା ପଠା ପଢିଥାନ୍ତି ସେ |

ଆଶାଠୁ ଅଧିକ ମାର୍କ ଆସିଛି ସେଥିଲାଗି ଖୁସି ଅନୁଭବ ହେଉଛି | ଜେଇ ଆଡଭାନ୍ସ ଫୋକସରେ ରହିଛି | କୌଣସି ସମୟକୁ ନଷ୍ଟ ନ କରି ପଠାପଢ଼ାରେ  ସମୟ ଦେବା ନେଇ ଅନ୍ୟ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୁତି | ଏହାସହ ଆଗାମୀ ଦିନରେ ଇଞ୍ଜିନିୟରିଂ ପଢି ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରହିଥିବା କହିଛନ୍ତି ଶ୍ରୁତିସୁଧା ଓଝା | ସେହିପରି ଏଲଆର ଡିଏଭି ପବ୍ଲିକ ସ୍କୁଲର ଦ୍ଵିତୀୟ ସ୍ଥାନରେ ରହିଛନ୍ତି ଛାତ୍ରୀ ଆର୍ଚି ନାୟକ ୯୬ ପ୍ରତିଶତ ମାର୍କ ରଖିଛନ୍ତି | ଦ୍ୱାଦଶ ପରୀକ୍ଷା ସହ ମେଡିକାଲ ପାଇ ମଧ୍ୟ ପ୍ରସ୍ତୁତି କରୁଥିଲେ ସେ | ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି ଆର୍ଚି |

ସମ୍ବନ୍ଧିତ ଖବର