ଶୌଚ ପାଇଁ ଯାଇଥିବା ସମୟରେ ହାତୀ ହାବୁଡ଼ରେ ପଡ଼ି ବୃଦ୍ଧ ଗୁରୁତର

ଆନନ୍ଦପୁର: ଆନନ୍ଦପୁର ବ୍ଲକ କୋଡ଼ପଡା ପଞ୍ଚାୟତ ଗୁଳାବନ୍ଧ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ନାମ ଜୟ କୃଷ୍ଣ ନାଏକ (୭୫)। ସୂଚନା ଅନୁସାରେ ଜୟକୃଷ୍ଣ ଭୋର୍ ସମୟରେ ଶୌଚ ପାଇଁ ଯାଇଥିବା ସମୟରେ ତାଙ୍କୁ ଏକ ହାତୀ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ସେ ଦୀର୍ଘ ଅଢେଇ ଘଣ୍ଟା କାଳ ପଡ଼ି ରହିଥିବା ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। ଗ୍ରାମ ନିକଟ ଜଙ୍ଗଲରେ ତିନୋଟି ହାତୀ ରହିଥିବା ବେଳେ ଲୋକମାନେ ଆତଙ୍କିତ ହୋଇ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର