ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ଟ୍ରକକୁ ପିଟିଲା ଟ୍ରକ, ୪ ଗୁରୁତର

କେନ୍ଦୁଝର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ପୁତୁଲିପାଣି ନିକଟରେ ଆଜି ଅପରାହ୍‌ଣ ସାଢ଼େ ୩ଟା ବେଳେ ଏକ ଦୁର୍ଘଟଣା ଘଟିଛି। ବ୍ରେକ୍‌ଡାଉନ୍‌ ହୋଇ ଛିଡ଼ା ହୋଇଥିବା ଟ୍ରକ୍ ପଛରେ ଅନ୍ୟ ଏକ ଟ୍ରକ୍‌ ପିଟି ହେବାରୁ ୭ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ ଚୋରକୁ ନିସ୍ତୁକ ମାଡ଼

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ଭଗାମୁଣ୍ଡା ସାପ୍ତାହିକ ହାଟରେ ଗତକାଲି ଅପରାହ୍‌ଣରେ ପୁରୀ ଜିଲ୍ଲା ପିପିଲି ଥାନା ବୀରପୁରୁଷୋତ୍ତମପୁର ଗ୍ରାମର କାଳିଆ ଶିକାରୀଙ୍କ ପୁଅ ରାଜା (୨୪) ମୋବାଇଲ ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକେ ତାକୁ ଧରି ନିସ୍ତୁକ ପିଟିଛନ୍ତି। ଖବର ପାଇ…
ଅଧିକ ଖବର ଦେଖନ୍ତୁ...

ମା’ ତାରିଣୀଙ୍କ ଆଷାଢ଼ୀ ପର୍ବ: ସାନ୍ଧ୍ୟ ଦର୍ଶନ ପାଇଁ ୫ ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଘଟଗାଁ: ମା’ ତାରିଣୀଙ୍କ ଆଷାଢ଼ୀ ପର୍ବ ଆଜି ପାଳିତ ହୋଇଛି। ଅଞ୍ଚଳବାସୀଙ୍କ ସୁଖସମୃଦ୍ଧି କାମନା କରି ମା’ ତାରିଣୀ ଆଜି ଉପବାସ ରହି ବିଷ୍ଣୁଙ୍କ ଆରାଧନା କରିଛନ୍ତି। ଏଥିପାଇଁ ଦିନତମାମ ମନ୍ଦିର ବନ୍ଦ ରହିଥିଲା। ସନ୍ଧ୍ୟାରେ ପହଡ଼ ଖୋଲିବା ପରେ ଦର୍ଶନ ପାଇଁ ପ୍ରାୟ ୫ ହଜାର ଶ୍ରଦ୍ଧାଳୁଙ୍କ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନଶିକ୍ଷକଙ୍କ ବଦଳି ଦାବିରେ ସ୍କୁଲ ଯାଉନାହାନ୍ତି ଛାତ୍ରଛାତ୍ରୀ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ଷଡ଼ଙ୍ଗବାହାଳି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନାତନ ମହାନ୍ତଙ୍କ ବଦଳି ଦାବି କରିଛନ୍ତି ଗ୍ରାମବାସୀ। ଏନେଇ ଗତ ଦୁଇଦିନ ହେଲା ଅଭିଭାବକମାନେ ‌ନିଜ ପିଲାଙ୍କୁ ବିଦ୍ୟାଳୟକୁ ନ ଛାଡ଼ିବାରୁ ପାଠପଢ଼ା ଠପ୍‌ ହୋଇଯାଇଥିଲା। ବିଭାଗୀୟ ଅଧିକାରୀମାନେ…
ଅଧିକ ଖବର ଦେଖନ୍ତୁ...

ଆନନ୍ଦପୁର ଥାନାରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା: ୩ ପୁଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଆନନ୍ଦପୁର: ଆନନ୍ଦପୁର ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ୩ ପୁଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆନନ୍ଦପୁର ଥାନାର ଜଣେ ଏଏସଆଇ ଓ ୨ କନେଷ୍ଟବଳଙ୍କୁ ବଦଳି କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ। ସୂଚନା ଅନୁଯାୟୀ, ଏଏସଆଇ ଅନୁପ ଲାଗୁନଙ୍କୁ ଘଟଗାାଁ…
ଅଧିକ ଖବର ଦେଖନ୍ତୁ...

ବାପାପୁଅଙ୍କୁ ଏକାଠି କଲା ଆଧାରକାର୍ଡ

କେନ୍ଦୁଝର: ଆଧାରକାର୍ଡ ପାଲଟିଲା ମିଳନର ମାଧ୍ୟମ। ଆଧାରକାର୍ଡ ପାଇଁ ଭିନ୍ନକ୍ଷମ ପୁଅକୁ ୬ ବର୍ଷ ପରେ ନିଜ ପରିବାର ଫେରିପାଇବା ଚର୍ଚ୍ଚାର ବିଷୟ ହୋଇଛି। ୨୦୧୭ ଜୁନ୍‌ ୨ରେ ୧୨ବର୍ଷର ଜଣେ ଭିନ୍ନକ୍ଷମ (ମୂକ, ବଧିର) ନାବାଳକ କେନ୍ଦୁଝର ବଜାରରେ କାନ୍ଦିକାନ୍ଦି ବୁଲୁଥିଲେ। ଖବର ପାଇ କେନ୍ଦୁଝର…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ପାଚେରି ଭାଙ୍ଗିଲା ହାତୀ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ଭୀମକାଣ୍ଡ ପଞ୍ଚାୟତ ଜୟପୁର ପ୍ରାଥମିକ ବିଦ୍ୟାଳୟରେ ଗତକାଲି ରାତିରେ ଏକ ଦନ୍ତାହାତୀ ପଶି ବ୍ୟାପକ କ୍ଷୟକ୍ଷତି କରିଛି। ୧୫ ଫୁଟ୍ ଲମ୍ବର ପାଚେରି ଭାଙ୍ଗିବା ସହ କଦଳୀ ଓ ଅମୃତଭଣ୍ଡା ଗଛ ଗୁଡ଼ିକୁ ଭାଙ୍ଗି ନଷ୍ଟ କରିଦେଇଛି। ବନ ବିଭାଗ କ୍ଷୟକ୍ଷତି…
ଅଧିକ ଖବର ଦେଖନ୍ତୁ...

ଆନନ୍ଦପୁର ଥାନାରୁ ଅଭିଯୁକ୍ତ ଚମ୍ପଟ

ଆନନ୍ଦପୁର: ଆନନ୍ଦପୁର ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିଥିଲା। ପରେ ପୁଣି ପୁଲିସ ହାତରେ ଧରା ପଡ଼ିଛି। ଅଭିଯୁକ୍ତ ଜଣକ ହେଲା ଆନନ୍ଦପୁର ପୌରାଞ୍ଚଳ ଫକୀରପୁରର ଅମର ସାହୁ। ଅମରକୁ ଗତକାଲି ଏକ ଚୋରି ମାମଲାରେ ପୁଲିସ ଉଠାଇ ଆଣିଥିଲା। ଆଜି ସକାଳେ ସେ ଶୌଚ ହେବା ବାହାନାରେ ଥାନାରୁ ଚମ୍ପଟ…
ଅଧିକ ଖବର ଦେଖନ୍ତୁ...

ବେସରକାରୀ ଅଧ୍ୟାପକ, କର୍ମଚାରୀଙ୍କ ଦାବିପତ୍ର

କେନ୍ଦୁଝର:  ବିଭିନ୍ନ ଦାବି ନେଇ ନିଖିଳ ଓଡ଼ିଶା ୬୬୨ବର୍ଗ ଯୁକ୍ତ ଦୁଇ ଓ ଯୁକ୍ତ ତିନି ବେସରକାରୀ ଅଧ୍ୟାପକ, କର୍ମଚାରୀ ସଂଘ କେନ୍ଦୁଝର ଶାଖା ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଫେବ୍ରୁଆରି ୧୩ରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ସଂଘ…
ଅଧିକ ଖବର ଦେଖନ୍ତୁ...

ସାପ କାମୁଡ଼ାରେ ଜଣେ ମୃତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ଗୋଧିରାମପଡ଼ା ଗ୍ରାମରେ ସାପ କାମୁଡ଼ାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଏହି ଗ୍ରାମର ସିଙ୍ଗା ମୁଣ୍ଡା (୫୦)। ସେ ରାତିରେ ଶୋଇଥିବା ବେଳେ ଏକ ବିଷଧର ତାଙ୍କ କାନକୁ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ…
ଅଧିକ ଖବର ଦେଖନ୍ତୁ...