ମାଥିଲି ଥାନାର ନିଲମ୍ବିତ ଏଏସଆଇଙ୍କ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନାର ନିଲମ୍ବିତ ଏଏସଆଇ ଜୟଦାଶ ଖରାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଥିବାର ଖବର ମିଳିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ। ମାଲକାନଗିରିରେ ଥିବା ତାଙ୍କର ଭଡ଼ାଘର, ସୁନାବେଡ଼ାର ସରକାରୀ ଗୃହ, କୋରାପୁଟର ଦୁଇଟି ଘର ଏବଂ ଶଶୁର ଘର ସମେତ ୫ଟି ସ୍ଥାନରେ ଏକାକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ।

ଗତ ମାସକ ତଳେ ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜେଲ ଯାଇଥିଲେ ଜୟଦାଶ। ଜାମିନରେ ଆସି ପୁଲିସ ହେଡକ୍ବାର୍ଟରରେ ନିଲମ୍ବିତ ଭାବେ ରହୁଥିଲେ। ଜୟଦାଶ ମାଥିଲି ଥାନା କର୍ତନପାଲି ବିଟ ହାଉସରେ କାର୍ଯ୍ୟରତ ଥିଲେ।

ଡିଏସପି ସୁଶାନ୍ତ କୁମାର ବିଶ୍ବାଳ, ଇନସପେକଟର କଳାବତୀ ବାଗ, ଇନସପେକଟର ସଂଜୟ ପ୍ରଧାନ ଓ ଇନସପେକଟର ବଙ୍କିମ ବବାଲିଙ୍କ ନେତୃତ୍ବରେ କୋରାପୁଟର ୩ଟି ସ୍ଥାନରେ ଚଡାଉ ଜାରି ରହିଛି। ସୁନାବେଡା ଏଇଏଫ କଲୋନିରେ ଡିଏସପି ଅନନ୍ତ ମଲିକଙ୍କ ନେତୃତ୍ବରେ ଚଢ଼ାଉ ଜାରି ରହିଛି ।
କୋରାପୁଟରେ ନିଜର ୨ଟି ଘର ଓ ଶ୍ବଶୁର ଅବସରପ୍ରାପ୍ତ ଆର ଆଇ ବିଜୟ କୁମାର ସୁନାଙ୍କ ଘରେ ଚଢ଼ାଉ ଜାରି ରହିଛି । କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଚାକିରି କରି ବହୁ ବେନାମୀ କାମରେ ଲିପ୍ତ ରହି ବେଆଇନ ଭାବେ ଆୟ କରିଥିବା ସମ୍ପତ୍ତିକୁ ଭିଜିଲାନସ ଠାବ କରିଥବା ଜଣାପଡିଛି।
ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ କର୍ତନପଲି ଫାଣ୍ଡିରେ କାମ କରୁଥୁବା ବେଳେ ଗଞ୍ଜେଇ ଚୋରା ଚାଲାଣରେ ସଂମ୍ପୃକ୍ତି ଅଭିଯୋଗରେ ଗତ ମାର୍ଚ ମାସରେ ଗିରଫ ହୋଇଥିଲା । କେଶ ନଂ ୧୨୪/୨୦୨୨ ଗିରଫ ହୋଇଥିଲା । ଭିଜିଲାନସ ଟିମର ଚଢ଼ାଉ ଜାରି ରହିଛି।

 

ସମ୍ବନ୍ଧିତ ଖବର