କଟକ: ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ବାଦାମବାଡ଼ି ଥାନା ଏଏସଆଇ କୃଷ୍ଣଚନ୍ଦ୍ର ଜେନା ଗିରଫ

କଟକ: ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ସାଲେପୁର ଥାନା ପୁଲିସ ବାଦାମବାଡ଼ି ଥାନାର ଏଏସଆଇ କୃଷ୍ଣଚନ୍ଦ୍ର ଜେନାଙ୍କୁ ଗିରଫ କରିଛି। ରକ୍ଷକ ସାଜି ଭକ୍ଷକ ସାଜିଥିବା ଏହି ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସମଗ୍ର ସାଲେପୁର ଅଞ୍ଚଳରେ ଦାବି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, କଟକ- ଭୁବନେଶ୍ୱର କମିସନରେଟ୍‌ ପୁଲିସ ଅନ୍ତର୍ଗତ ବାଦାମବାଡ଼ି ଥାନାରେ କୃଷ୍ଣ ଚନ୍ଦ୍ର ଜେନା ଜଣେ ଏଏସଆଇ ଭାବେ କାର୍ଯ୍ୟ କରନ୍ତି। ତାଙ୍କ ନିଜ ଘର ସାଲେପୁର । ଶ୍ରୀ ଜେନାଙ୍କ ସାଲେପୁର ଘରେ ଜଣ ଶିକ୍ଷୟିତ୍ରୀ ଭଡ଼ା ରୁହନ୍ତି। ତାଙ୍କ ନାବାଳିକା ଝିଅ( ୧୧ ବର୍ଷ)ଙ୍କୁ ଲଗାତର କିଛି ଦିନ ଧରି ଶ୍ରୀ ଜେନା ଯୌନ ନିର୍ଯାତନା ଦେଇ ଆସୁଥିଲେ। ଏ ନେଇ ନାବାଳିକା ଜଣକ ତାଙ୍କ ମାଆଙ୍କ ସହିତ ଯାଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଶ୍ରୀ ଜେନାଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର