କୃଷି ଯନ୍ତ୍ରପାତି କିଣାରେ ଦୁର୍ନୀତି: ସିବିଆଇ ତଦନ୍ତ ଦାବି କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଜୟପୁର: ରାଜ୍ୟ ସାରା କୃଷି ଯନ୍ତ୍ରପାତି କିଣାରେ ହୋଇଛି ବ୍ୟାପକ ଦୁର୍ନୀତି। ଏହା ସହ ଅନ୍ୟାନ୍ୟ ୭ଦଫା ଦାବି ନେଇ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କ ଉଦେଶ୍ୟରେ ବିଜେପି କିଶାନ ମୋର୍ଚ୍ଚା ପକ୍ଷରୁ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ବିପଦଭଂଜନ ଦାଶ, ମଣ୍ଡଳ ନଗର ସଭାପତି ରାଧେଶ୍ୟାମ ପରିଡ଼ା, ଜୟପୁର କୃଷକ ମୋର୍ଚ୍ଚା ସଭାପତି ରାମୁ ବେହେରା, ଦିଗାପୁର ମଣ୍ଡଳ ସଭାପତି ଇନ୍ଦ୍ରି ନାରାୟଣ ଆଚାର୍ଯ୍ୟ, ନଳିନ କୁମାର ଦାଶ, ଶିବ ମାଝୀ, ସୁମିତ କୁମାର ନାୟକ, ପ୍ରକାଶ ଚନ୍ଦ୍ର ଦାଶ ପ୍ରମୁଖ ଭାଗ ନେଇଥିଲେ।  ଅନ୍ୟାନ୍ୟ ଦାବି ମଧ୍ୟରେ ମଣ୍ଡିରେ ଧାନ କିଣା ରାକେଟରେ  ଚାଷୀ ବ୍ୟାପକ କ୍ଷତିଗ୍ରସ୍ତ, ସାର, କୀଟନାଶକ ଔଷଧ ଆଦିର ରିହାତିକୁ ବାଟବଣା କରି ପ୍ରକୃତ ଚା‌ଷୀ ପାଉନଥିବା, ପସଲବୀମା ଯୋଜନାରେ ସରକାର ବୀମା ଟଙ୍କା ଜମା କରୁ ନଥିବା, ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାରେ ରାଜ୍ୟସରକାର ଜାଣି ଶୁଣି ଓଡିଶା ଚାଷୀଙ୍କୁ ସାମିଲ କରାଇ ନଥିବା ଅଭିଯୋଗ କରାଯାଇଥିଲା। କେନ୍ଦ୍ରସରକାର କୃଷକଙ୍କ ପାଇଁ ବିଭିନ୍ନ ଯୋଜନା କରିଥିଲେ ହେଁ ତାହାକୁ ଓଡିଶା ସରକାର ଲାଗୁ କରିନଥିବା ଅଭିଯୋଗ କରିବା ସହ ବିଭିନ୍ନ ମଣ୍ଡି ଏବଂ ବିଭିନ୍ନ ଯୋଜନାର ଦୁର୍ନିତୀକୁ ସିବିଆଇ ତଦନ୍ତ ଦାବି କରାଯାଇଛି।

ସମ୍ବନ୍ଧିତ ଖବର