୩ ଦିନ ପାଇଁ ମେଡିସିନ୍ ବହିର୍ବିଭାଗ ଟ୍ରୋମା କେୟାର ​ସେଣ୍ଟରକୁ ସ୍ଥାନାନ୍ତର

ବୁର୍ଲା: ଭିମସାରର ବିଭିନ୍ନ ବିଭାଗ ମଧ୍ୟରେ ସବୁଠାରୁ ଗୁରୁତ୍ଵପୁର୍ଣ୍ଣ ମେଡ଼ିସିନ ବିଭାଗକୁ ଆସନ୍ତା ୩ ଦିନ ପାଇଁ ଟ୍ରୋମା କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି ବୋଲି ବିଭାଗୀୟ ମୁଖ୍ୟ ପ୍ରଫେସର ମାଳତୀ ମୁର୍ମୁ ସୂଚନା ଦେଇଛନ୍ତି। ମୁଖ୍ୟତଃ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହରେ ସାରା ପଶ୍ଚିମ ଓଡ଼ିଶା ଜଳୁଥିବା ବେଳେ ମେଡ଼ିସିନ ବିଭାଗର ବହିର୍ବିଭାଗ ଏଥିରୁ ବାଦ୍ ପଡ଼ିନାହିଁ।

ଏହି ବିଭାଗର ସମସ୍ତ ଏସି ଖରାପ ହୋଇ ଯାଇଥିବାରୁ ତାହାକୁ ମରାମତି କରାଯାଉଛି। ଏହି ବିଭାଗରେ ରୋଗୀ ସଂଖ୍ୟା ଅନ୍ୟ ବିଭାଗ ଗୁଡିକ ଅପେକ୍ଷା ଢେର୍ ଅଧିକ। ତେଣୁକରି ବିନା ଏସିରେ ଡାକ୍ତରଙ୍କ ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିବା ଏକ ପ୍ରକାର ଅସମ୍ଭବ ହୋଇଯାଉଛି। ତେଣୁ ଏସି ଗୁଡ଼ିକ ମରାମତି ହେଉଥିବାରୁ ଅସ୍ଥାୟୀ ଭାବରେ ମେଡ଼ିସିନ୍ ବିଭାଗକୁ ଏଭଳି ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର