ମୋର ନିର୍ମାତାମାନଙ୍କୁ ଅନୁରୋଧ କଳାକାରମାନଙ୍କ ସହିତ ଏମିତି କରନ୍ତୁ ନାହିଁ; ଅଭିନେତ୍ରୀ

ନୂଆଦିଲ୍ଲୀ: ତେଲୁଗୁ, ତାମିଲ ଓ ମଲୟାଲମ ସିନେମାରେ କାମ କରି ସାରିଥିବା ଅଭିନେତ୍ରୀ ମାଲଭି ମଲହୋତ୍ରା ବିକ୍ରମ ଭଟ୍ଟଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ କରିଛନ୍ତି।

ହିମାଚଳ ପ୍ରଦେଶରେ ଜନ୍ମ ହୋଇଥିବା ମାଲଭି ୨୦୧୭ରେ ହିନ୍ଦୀ ଟେଲିଭିଜନ ‘ଉଡାନ’ ଜରିଆରେ ଅଭିନୟ ଡେବ୍ୟୁ କରିଥିଲେ। ମାଲଭିଙ୍କ କହିବାନୁସାରେ, ବିକ୍ରମ ଭଟ୍ଟଙ୍କ ସହିତ ମୁଁ ମ୍ୟୁଜିକ ଭିଡିଓ ‘ବର୍ବାଦ କର ଦିଆ ତେରେ ପ୍ୟାର’ରେ କାମ କରିଥିଲି। କିନ୍ତୁ ଏହାର ପାରିଶ୍ରମ ସେ ମୋତେ ଦେ‌ଇ ନାହାନ୍ତି। ଏହି ମ୍ୟୁଜିକ ଭିଡିଓକୁ ବିକ୍ରମ ଭଟ୍ଟଙ୍କ ଝିଅ କୃଷ୍ଣା ଭଟ୍ଟ ନିର୍ଦ୍ଦେଶନା ଦେଇଥିଲେ।

ମୋ କାମର ଟଙ୍କା ପାଇଁ ମୁଁ ବିକ୍ରମଙ୍କୁ ଅନେକ ଥର ଫୋନ କରିଛି କିନ୍ତୁ ସେ ମୋର କୌଣସି କଥା ଶୁଣି ନଥିଲେ। ଏହା ମୋତେ ବହୁତ କଷ୍ଟ ଦେଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ଯେ କାମ କରିଥିବା ଟଙ୍କା ବକୟା ରଖିବା ସତ୍ତ୍ବେ ବିକ୍ରମ ମୋତେ ପୁଣିଥରେ କାମର ଅଫର ଦେଇଥିଲେ। ଏମିତି ଲୋକେ ବି ଏହି ସଂସାର‌ରେ ଅଛନ୍ତି ଜାଣି ଆଶ୍ଚର୍ଯ୍ୟ ଲାଗୁଛି।

ତେବେ ଏହି ଘଟଣା ସ‌ାମ୍ନ‌ାକୁ ଆଣିବାର କାରଣ ବହୁତ କଷ୍ଟ କରି କଳାକାରମାନେ କାମ କରନ୍ତି କିନ୍ତୁ କିଛି ନିର୍ମାତା ଓ ପ୍ର‌ଯୋଜକମାନେ କାମ ସରିଗଲେ ପାରିଶ୍ରମିକ ନଦେଇ ମୁହଁ ମୋଡ଼ି ଦେଇଥାଆନ୍ତି। ମୋର  ନିର୍ମାତାମାନଙ୍କୁ ଅନୁରୋଧ ଏମିତି କରନ୍ତୁ ନାହିଁ। କଳାକାରମାନେ ଏଥିପ୍ରତି ସଚେତନ ହୋଇଯିବା ବି ଜରୁରୀ।

 

ସମ୍ବନ୍ଧିତ ଖବର